ମୁମ୍ବାଇ: ନିକଟରେ ଅଭିନେତା, ନିର୍ଦ୍ଦେଶକ ସତୀଶ କୌଶିକଙ୍କ କୋରୋନା ସଂକ୍ରମିତ ଖବର ସାମ୍ନାକୁ ଆସିଥିଲା । ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ କ୍ବାରେଣ୍ଟାଇନରେ ଥିଲେ । ହେଲେ ଇତିମଧ୍ୟରେ ଶୁଣିବାକୁ ମିଳୁଛି ତାଙ୍କ ସ୍ବାସ୍ଥ୍ୟ ବିଗିଡିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ହସ୍ପିଟାଲରେ ଭର୍ତ୍ତି ହେଲେ କୋରୋନା ସଂକ୍ରମିତ ସତୀଶ - କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହେଲେ ସତୀଶ କୌଶିକ
ସତୀଶଙ୍କୁ ନେଇ ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର । କିଛି ଦିନରୁ ହୋମ କ୍ବାରେଣ୍ଟାଇନରେ ଥିବା ଅଭିନେତାଙ୍କୁ କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...
ରିପୋର୍ଟ ଅନୁଯାୟୀ, କରୋନା ସଂକ୍ରମିତ ହେବାର ଦୁଇ ଦିନ ପରେ ଅଭିନେତା ଅସୁସ୍ଥ ଅନୁଭବ କରିଥିଲେ । ଏହା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସତୀଶଙ୍କ ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ବର୍ତ୍ତମାନ ଭଲ ଥିବା ସୂଚନା ଡାକ୍ତରଙ୍କ ପକ୍ଷରୁ ଦିଆଯାଇଛି ।
ପ୍ରକାଶ ଥାଉକି କୋରୋନା ସଂକ୍ରମିତ ହେବା ସୂଚନା ଦେଇ ଗତ 17 ତାରିଖରେ ସତୀଶ ଏକ ଟ୍ବିଟରେ ଲେଖିଥିଲେ, ‘ଦୟାକରି ଧ୍ୟାନ ଦିଅନ୍ତୁ। ମୋର କୋଭିଡ -19 ଟେଷ୍ଟ ପଜିଟିଭ ଆସିଛି । ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗରେ ଥିଲେ, ଦୟାକରି ସମସ୍ତେ ନିଜର କୋରୋନା ଟେଷ୍ଟ କରନ୍ତୁ । ମୁଁ ଏବେ ଘରେ କ୍ବାରେଣ୍ଟାଇନରେ ଅଛି । ତୁମର ଭଲପାଇବା ଏବଂ ଆଶୀର୍ବାଦ ସାହାଯ୍ୟ କରିବ । ଧନ୍ୟବାଦ ।’