ଓଡିଶା

odisha

By

Published : Aug 25, 2020, 7:51 PM IST

ETV Bharat / sitara

ବଲିଉଡରେ ଡେବ୍ୟୁ କରିବେ କପୁର ବଂଶର ଆଉ ଜଣେ ଲାଡଲୀ

ଫେମସ ଆକ୍ଟର ସଞ୍ଜୟଙ୍କ ଝିଅଙ୍କୁ ଏବେ ପରଦାରେ ଦେଖିବାକୁ ମିଳିବ । ଖୁବଶୀଘ୍ର ବଲିଉଜରେ କରିବେ ଡେବ୍ୟୁ । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ:' ଇନଷ୍ଟାଗ୍ରାମ@ସନାୟା କପୁର
ଫଟୋ ସୌଜନ୍ୟ:' ଇନଷ୍ଟାଗ୍ରାମ@ସନାୟା କପୁର

ମୁମ୍ବାଇ: ବଲିଉଡରେ ଆଉ ଜଣେ କପୁର ପରିବାର ସଦସ୍ୟଙ୍କ ଚେହେରା ଦେଖିବାକୁ ମିଳିବ । ଅଭିନେତା ସଞ୍ଜୟ କପୁରଙ୍କ ଲାଲଡୀ ସନାୟା କପରୁଙ୍କ ବଲିଉଡ ଡେବ୍ୟୁକୁ ନେଇ ଚାଲିଛି ଚର୍ଚ୍ଚା । ଝିଅଙ୍କ ଡେବ୍ୟୁକୁ ନେଇ ଏକ ସାକ୍ଷାତକାରରେ ବୟାନ ଦେଇଛନ୍ତି ସଞ୍ଜୟ । ସେ ଜଣାଇଛନ୍ତି ଯେ କୋରୋନା ମହାମାରୀ ପାଇଁ ସନାୟାଙ୍କ ଡେବ୍ୟୁ ଫିଲ୍ମ ଆସିବାକୁ ବିଳମ୍ବ ହେଉଛି । ହେଲେ ସେ ଖୁବଶୀଘ୍ର ନିଜ ଡେବ୍ୟୁ ଫିଲ୍ମ ନେଇ ଆସିବେ ।

ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ସନାୟା କଜନ ତଥା ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ନିକଟରେ ରିଲିଜ ହୋଇଥିବା ଫିଲ୍ମ ଗୁଞ୍ଜନ ସକ୍ସେନା: ଦ କାରଗିଲ ଗାର୍ଲରେ କାମ କରିସାରିଛନ୍ତି । ସେ ଫିଲ୍ମରେ ଆସିଷ୍ଟାଣ୍ଟ ଡାଇରେକ୍ଟର ରୂପେ କାମ କରିଥିଲେ ।

ଯାହା ଉପରେ ଏକ ପୋଷ୍ଟ ସେୟାର କରି ନିକଟରେ ସଞ୍ଜୟ ଲେଖିଥିଲେ, ‘ମୁଁ ଖୁସି ଅନୁଭବ କରୁଛି ଯେ ସନାୟା ଫିଲ୍ମର ସୁନ୍ଦର ଦୁନିଆରେ ପଦାର୍ପଣ କରିଛନ୍ତି । ସେ ଶରଣ ଶର୍ମାଙ୍କ ସହ-ନିର୍ଦ୍ଦେଶିକା ରୂପେ କାମ କରିଥିବାରୁ ମୁଁ ଗର୍ବିତ ଅନୁଭବ କରୁଛି । ଶରଣ ଜଣେ ପ୍ରତିଭାଶାଳୀ ନିର୍ଦ୍ଦେଶକ ହେବା ସହ ଜଣେ ଭଲ ବ୍ୟକ୍ତି ମଧ୍ୟ ।’

For All Latest Updates

TAGGED:

ABOUT THE AUTHOR

...view details