ମୁମ୍ବାଇ: ଦେଶରେ କୋରୋନା ଭାଇରସ୍ ପୁଣି ଥରେ ବଢିବାରେ ଲାଗିଛି ଏବଂ ନିକଟରେ ଅନେକ ବଲିଉଡ ସେଲିବ୍ରିଟି କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ମହାମାରୀକୁ ଏଡାଇବା ପାଇଁ ଟିକା ଦିଆଯାଉଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସେଲିବ୍ରିଟି କୋଭିଡ -19 ଟିକା ନେଇସାରିଛନ୍ତି ।
ଆଜି ସଲମାନ କୋରୋନା ଟିକା ନେଇ ଚର୍ଚ୍ଚାରେ ।
ଗୋଟେପଟେ ସୁପରଷ୍ଟାର ଆମୀର ଖାନ କୋରୋନା ସଂକ୍ରମିତ ହେବାର ଖବର ଆସିଥିବାବେଳେ ଅନ୍ୟପଟେ ଅନ୍ୟ ଜଣେ ସୁପରଷ୍ଟାର ସଲମାନ ଖାନ ଆଜି ମୁମ୍ବାଇର ଲିଲାବତୀ ଡାକ୍ତରଖାନା ଯାଇ କୋରୋନା ଟିକା ନେଇଛନ୍ତି ।