ମୁମ୍ବାଇ: ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନଙ୍କ ବର୍ତ୍ତମାନ ଚର୍ଚ୍ଚାରେ । ସାମ୍ନାକୁ ଆସିଲା ତାଙ୍କୁ ନେଇ ଗୁଡନ୍ୟୁଜ । ଯାହାକୁ ଶୁଣି ଖୁସି ହୋଇଯିବେ ତାଙ୍କ ଫ୍ୟାନ୍ସ । କାରଣ ସେ ଖୁବଶୀଘ୍ର ବାହୁବଳୀ ପ୍ରଭାସଙ୍କ ଅପକମିଂ ବିଗ ବଜେଟ ଫିଲ୍ମ ‘ଆଦିପୁରୁଷ’ରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମରେ ସେ ଖଳନାୟକ ସାଜି ପ୍ରଭାସଙ୍କ ସହ ଲଢୁଥିବାର ଦେଖାଯିବେ । ଫିଲ୍ମରେ ସୈଫଙ୍କ ସାମିଲ ହେବାକୁ ନେଇ ଗୁରୁବାର ମେକର୍ସଙ୍କ ଦ୍ବାରା ଘୋଷଣା କରାଯାଇଛି ।
ସେହିପରି ଘୋଷଣା କରି କୁହାଯାଇଛି, ‘ସୈଫ ଆମ ବିଗ ବଜେଟ ଫିଲ୍ମ ଆଦିପୁରୁଷରେ ସାମିଲ ହୋଇଛନ୍ତି । ଫିଲ୍ମରେ ତାଙ୍କ ଦମଦାର ଭିଲେନ ରୂପ ଦେଖିବାକୁ ମିଳିବ । ବର୍ତ୍ତମାନ ଫିଲ୍ମର ପ୍ରି-ପ୍ରଜକ୍ସନ କାମ ଚାଲିଛି । ଆଉ ଫିଲ୍ମର କାହାଣୀ ଭଲ ଖରପକୁ ନେଇ ଆଧାରିତ ହେବ । ଯାହା ବାସ୍ତବ ଜୀବନରେ ଦେଖିବାକୁ ମିଳିଥାଏ ।’