ଓଡିଶା

odisha

ETV Bharat / sitara

କଠିନ ପରିଶ୍ରମର ଫଳ ସବୁବେଳେ ମିଠା: ରାଜକୁମାର - ରାଜକୁମାର ରାଓଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଭାଇରାଲ

ନିଜ ଟ୍ରାନ୍ସଫର୍ମେସନର ଫଟୋ ପୋଷ୍ଟ କରି ଫିଟନେସ ପ୍ରତି ଧ୍ୟାନ ଦେବାକୁ ସମସ୍ତଙ୍କୁ କହିଲେ ରାଜକୁମାର । ପରିଶ୍ରମର ଫଳ ସବୁବେଳେ ମିଠା ହୁଏ ବୋଲି ଜଣାଇଲେ ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

By

Published : Dec 3, 2020, 11:43 AM IST

ମୁମ୍ବାଇ: ଅଭିନେତା ରାଜକୁମାର ରାଓଙ୍କ ଚର୍ଚ୍ଚିତ ଫିଲ୍ମ ‘ଛଲାଙ୍ଗ’ ନିକଟରେ ରିଲିଜ ହୋଇଥିଲା । ପିଟି ମାଷ୍ଟର ସାଜି ଫିଲ୍ମରେ ଭଲ ଅଭିନୟ କରିଛନ୍ତି ସେ । ହେଲେ ଏବେ ସେ ନିଜ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ । ଯେଉଁଥିରେ ଫ୍ୟାନ୍ସଙ୍କୁ ଏକ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ତାଙ୍କ ଏହି ପୋଷ୍ଟ । ଫଟୋରେ ତାଙ୍କ ମସଲ୍ସ ଦେଖିବାକୁ ମିଳୁଛି ।

ଆଉ ଏହାକୁ ଇନଷ୍ଟାଗ୍ରାମରେ ସେୟାର କରି ସେ ଲେଖିଛନ୍ତି, ‘କଠିନ ପରିଶ୍ରମର ଫଳାଫଳ। । ପିଲା ବେଳେ ଶୁଣିଥିଲି ପରିଶ୍ରମର ଫଳ ମିଠା ହୁଏ । ଆଉ ଯଦି ଫଳ ମିଠା ଖାଇବାର ଅଛି ତେବେ କଡା ପରିଶ୍ରମ କରିବାକୁ ପଡିବ । ’ ଏହାସହ ସେ ଫିଟନେସ ପାଇଁ କଠିନ ପରିଶ୍ରମ କରିବାକୁ ଫ୍ୟାନ୍ସଙ୍କୁ ଅନୁରୋଧ କରିଛନ୍ତି ।

ପ୍ରକାଶ ଥାଉକି ନିର୍ମାତା ଅନୁରାଗ ବାସୁଙ୍କ ମଲ୍ଟି ଷ୍ଟାରର କମେଡି ଫିଲ୍ମ ‘ଲୁଡୋ’ରେ ନଜର ଆସିଥିଲେ ସେ । ଏହି ଡାର୍କ କମେଡି ଡ୍ରାମାରେ ତାଙ୍କ ସହ ମଜାଦାର ଅଭିନୟ କରିଥିଲେ ଫାତିମା ସନା ସେଖ, ଆଦିତ୍ୟ ରୟ କପୁର, ଅଭିଷେକ ବଚ୍ଚନ, ସନୟା ମଲହୋତ୍ରା ଓ ପଙ୍କଜ ତ୍ରିପାଠୀ ଭଳି ଷ୍ଟାର୍ସ । ସେହିପରି ରାଜକୁମାର ନିର୍ଦ୍ଦେଶକ ଅଭିଷେକ ଜୈନଙ୍କ ଅପକମିଂ ଫିଲ୍ମ ‘ସେକେଣ୍ଡ ଇନିଗ୍ସ’ରେ ନଜର ଆସିବେ । ଆସନ୍ତା ବର୍ଷ ରିଲିଜ ହେବାକୁ ଯାଉଥିବା ଏହି ଫିଲ୍ମରେ କିର୍ତ୍ତୀ ସାନନ, ପରେଶ ରାୱଲ ଓ ଡିମ୍ପଲ କାପାଡିଆଙ୍କ ଅଭିନୟ ଦେଖିବାକୁ ମିଳିବ ।

@IANS

ABOUT THE AUTHOR

...view details