ମୁମ୍ବାଇ: 90 ଦଶକର ସୁପରହିଟ୍ ଅଭିନେତ୍ରୀ କରିସ୍ମା କପୁରଙ୍କୁ 47 ବର୍ଷ ବୟସ ହୋଇଛି। କପୁର ପରିବାରରେ ଲାଡଲୀ କରିସ୍ମା 17 ବର୍ଷ ବୟସରେ ବଲିଉଡରେ ଡେବ୍ୟୁ କରିଥିଲେ। ସେ ତାଙ୍କ କ୍ୟାରିୟରରେ ଏକରୁ ଅଧିକ ହିଟ୍ ଫିଲ୍ମ ଦେଇଛନ୍ତି । ଆଜି ତାଙ୍କ 47ତମ ଜନ୍ମଦିନ । ଏହି ଅବସରରେ ସେ ଆଜି ନିଜ ବିଏଫଏଫଙ୍କ ସହ ବର୍ଥ ଡେ ସେଲିବ୍ରେଟ କରିବାକୁ ପ୍ଲାନିଂ ରଖିଛନ୍ତି ।
ସେପଟେ ତାଙ୍କ ବନ୍ଧୁ ତଥା ଅଭିନେତ୍ରୀ ଅମୃତା ଅରୋରା ବର୍ଥଡେ ସେଲିବ୍ରେଶନର ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦୁଇଜଣଙ୍କ ବ୍ୟତୀତ କରୀନା କପୁର ଖାନ ନଜର ଆସୁଛନ୍ତି । ଏହି ଖାସ୍ ଅବସରରେ ତିନି ଅଭିନେତ୍ରୀ ସିମରୀ ଡ୍ରେସ ପିନ୍ଧିଥିବାର ଦେଖାଯାଉଛନ୍ତି ।
ଭଉଣୀଙ୍କ ବର୍ଥ ଡେ ସ୍ପେଶାଲ କରିବା ପାଇଁ କରୀନା ନିଜ ଘରେ ଛୋଟ ପାର୍ଟିର ଆୟୋଜନ କରିଥିଲେ । ସେହିପରି ଫଟୋ ପୋଷ୍ଟ କରି ଅମୃତା କ୍ୟାପସନରେ ଲେଖିଛନ୍ତି, ‘ଜନ୍ମଦିନର ଶୁଭେଚ୍ଛା ମାଇଁ ଡାର୍ଲିଂ କରିସ୍ମା କପୁର । ତୁମେ ସବୁବେଳେ ସୁନ୍ଦର ରୁହ ।’
ପ୍ରକାଶ ଥାଉକି ବଲିଉଡ ଅଭିନେତା ରଣଧୀର କପୁର, ବବିତାଙ୍କ ଝିଅ ହେଲେ କରିସ୍ମା। ସେ ୧୯୭୪ ମସିହା ଜୁନ ୨୫ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। ବଲିଉଡରେ ପାଦ ଦେବା ପରେ ସେ ତାଙ୍କ କରିସ୍ମା ଦେଖାଇଥିଲେ ଓ ଅଭିନୟ ଯାଦୁରେ ଅଗଣିତ ଦର୍ଶକଙ୍କ ହୃଦୟ ଜିତିଥିଲେ।
ଯଦି ତାଙ୍କ ସୁପରହିଟ୍ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ସମସ୍ତଙ୍କ ଓଠରେ ‘ରାଜା ହିନ୍ଦୁସ୍ତାନୀ’ର ନାଁ ଆସେ । ୧୯୯୬ରେ ଏହି ଫିଲ୍ମ ରିଲିଜ ହୋଇଥିଲା। ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ସହ ଫିଲ୍ମରେ ରୋମାନ୍ସ କରିଥିଲେ ସେ । ଫିଲ୍ମର ଗୀତଗୁଡ଼ିକୁ ବି ଦର୍ଶକ ଖୁବ୍ ପସନ୍ଦ କରିଥିଲେ।
ସେହିପରି 1997ରେ ରିଲିଜ ହୋଇଥିଲା ‘ଦିଲ ତୋ ପାଗଲ ହେ’। ଶାହରୁଖ ଖାନ ଓ ମାଧୁରୀ ଦୀକ୍ଷିତଙ୍କ ସହ ଫିଲ୍ମରେ ଦମଦାର ଅଭିନୟ କରିଥିଲେ କରିସ୍ମା । ‘ଜାନୱର’ ବି କରିସ୍ମାଙ୍କ ସୁପରହିଟ ଫିଲ୍ମ ଭିତରୁ ଗୋଟିଏ। ଏହା ୧୯୯୯ରେ ରିଲିଜ ହୋଇଥିଲା। ବକ୍ସ ଅଫିସରେ ହିଟ୍ ବି ହୋଇଥିଲା। ଏଥିରେ ଅକ୍ଷୟ କୁମାର ତାଙ୍କ ସହ ନଜର ଆସିଥିଲେ ।
ତାଙ୍କ ଅଭିନୀତ ହିଟ୍ ଫିଲ୍ମ ଗୁଡିକ ହେଲା ‘ଜୁଡୱା’, ‘ବିବି ନମ୍ବର ୧’, ‘ଫିଜା’, ‘ରାଜା ବାବୁ’ ‘ଶକ୍ତି’ ଓ ‘ଅନ୍ଦାଜ ଅପନା ଅପନା’।