ମୁମ୍ବାଇ: ବଲିଉଡର ଆକ୍ସନ ହିରୋ ରୂପେ ବେଶ୍ ଚର୍ଚ୍ଚିତ ଟାଇଗର ଶ୍ରଫ। ଦମଦାର ଆକ୍ସନ ଷ୍ଟଣ୍ଟରେ କିଣନ୍ତି ଦର୍ଶକଙ୍କ ମନ । ରିଲ ଲାଇଫ ହେଉ କିମ୍ବା ରିୟଲ ଲାଇଫ୍ ସବୁଠି ଚର୍ଚ୍ଚାରେ ତାଙ୍କ ଷ୍ଟଣ୍ଟ । ଆଜି 31 ବର୍ଷରେ ପାଦ ଥାପିଛନ୍ତି ଏହି ଆକ୍ସନ ଷ୍ଟାର । 2014ରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ଟାଇଟରଙ୍କୁ ଆଜି ଆବଶ୍ୟକ ନାହିଁ କୌଣସି ପରିଚୟ ।
‘ହିରୋପନ୍ତୀ’ ଜରିଆରେ ବଲିଉଡରେ ପଦାର୍ପଣ କରିଥିଲେ ଅଭିନେତା । ବଲିଉଡ ଅଭିନେତା ଜ୍ୟାକି ଶ୍ରଫ ଏବଂ ଆୟେଶା ଶ୍ରଫଙ୍କ ପୁଅ ଟାଇଗର ଅଳ୍ପ ବୟସରେ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ । ତାଙ୍କ ଶାନଦାର ଡାନ୍ସ ଏବଂ ଆକ୍ସନ ଶୈଳୀ ବଲିଉଡର ଅନ୍ୟ ଷ୍ଟାର୍ସଙ୍କୁ ସବୁବେଳେ ଚକିତ କରିଦିଏ ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଟାଇଗର ଶ୍ରଫ ଟାଇଗରଙ୍କ ପ୍ରକୃତ ନାମ ହେମନ୍ତ ଶ୍ରଫ । 1990 ମାର୍ଚ୍ଚ 2ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ସେ । ଆଜି ନିଜ ଫିଟନେସ ପାଇଁ ସେ ଯୁବପିଢିଙ୍କୁ ଦିୱାନା କରୁଛନ୍ତି । ସାଜିଦ ନାଦିଆଦୱାଲାଙ୍କ ଫିଲ୍ମ ‘ହିରୋପନ୍ତୀ’ରୁ ଟାଇଗରଙ୍କୁ ମିଳିଥିଲା ପରିଚୟ । ନିଜ ପ୍ରଥମ ଫିଲ୍ମରୁ ସେ ଗିଲ୍ଡ, ଲାଇଫ ଓକେ ସ୍କ୍ରିନ ଓ ଆଇଫା ଆୱାର୍ଜ ନିଜ ନାମରେ କରିଥିଲେ ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଟାଇଗର ଶ୍ରଫ ଟାଇଗର ତାଇକ୍ବଣ୍ଡୋରେ ବ୍ଲାକ ବେଲ୍ଟ ହାସିଲ କରିଛନ୍ତି । ସେ ପିଲା ବେଳୁ ଡାନ୍ସର ସୌଖୀନ ଥିଲେ । ଫେମସ ଡାନ୍ସର ମାଇକେଲ ଜ୍ୟାକ୍ସନ ଓ ସୁପରଷ୍ଟାର ହ୍ରିତିକ ରୋଶନ ଟାଇଗରଙ୍କ ଡାନ୍ସ ଆଇକନ । ଯାହା ତାଙ୍କ ଡାନ୍ସ ମୁଭ୍ସରେ ପ୍ରାୟତଃ ଦେଖିବାକୁ ମିଳେ ।
‘ହିରୋପନ୍ତୀ’ ପରେ ସେ ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ସହ ଆକ୍ସନ ଡ୍ରାମା ଫିଲ୍ମ ‘ବାଗୀ’ରେ ନଜର ଆସିଥିଲେ । ଯାହା ସୁପରଡୁପର ହିଟ୍ ସାବ୍ୟସ୍ତ ହୋଇଥିଲା । ଏହାପରେ ବଢିଚାଲିଲା ଟାଇଗରଙ୍କ ଚାହିଦା । ଆଉ ତାଙ୍କ ଘର ସାମ୍ନାରେ ଲାଗିଲା ନିର୍ମାତାଙ୍କ ଭିଡ ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଟାଇଗର ଶ୍ରଫ ଫିଲ୍ମ ‘ଏ ଫ୍ଲାଇଂ ଜଟ୍ଟ’, ‘ବାଗୀ 2’, ‘ବାଗୀ 3’, ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର 2’ ଓ ‘ୱାର’ରେ ଦେଖିବାକୁ ମିଳିଥିଲା ଟାଇଗରଙ୍କ ଦମଦାର ଅଭିନୟ ସହ ଜବରଦସ୍ତ ଡାନ୍ସ । ଫିଲ୍ମ ‘ୱାର’ ଟାଇଗରଙ୍କ କ୍ୟାରିୟରର ଏଯାବତ ସବୁଠାରୁ ବଡ ହିଟ୍ ଫିଲ୍ମ । ଯେଉଁଥିରେ ସେ ହ୍ରିତିକଙ୍କ ସହ ଫାଇଟ୍ କରିଥିଲେ ।
ଫିଲ୍ମ ବ୍ୟତୀତ ସେ ପ୍ରାୟତଃ ନିଜ ଲଭ ଲାଇଫକୁ ନେଇ ମଧ୍ୟ ଲାଇମଲାଇଟରେ ରୁହନ୍ତି । ସେ ଦୀର୍ଘ ସମୟରୁ ସେକ୍ସୀ ଅଭିନେତ୍ରୀ ଦିଶା ପଟାନୀଙ୍କୁ ଡେଟ୍ କରିଆସୁଛନ୍ତି । ଏହି ଯୋଡିଙ୍କୁ ଏକାଠି ସବୁବେଳେ ଦେଖିବାକୁ ମିଳେ।