ମୁମ୍ବାଇ: ନିକଟରେ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହୋଇଥିଲା ଆକ୍ସନ ହିରୋ ବିଦ୍ୟୁତ ଜାମୱାଲଙ୍କ ଚର୍ଚ୍ଚିତ ଫିଲ୍ମ ‘ଖୁଦା ହାଫିଜ୍’ । ସବୁଥର ପରି ଏହି ଫିଲ୍ମରେ ମଧ୍ୟ ତାଙ୍କ ଜବରଦସ୍ତ ଆକ୍ସନ ସିନ୍ସ ଦେଖିବାକୁ ମିଳିଥିଲା । ସେହିପରି ଫିଲ୍ମକୁ ଦର୍ଶକ ଓ କିଟ୍ରିକ୍ସଙ୍କ ମିଶ୍ରତ ପ୍ରତିକ୍ରିୟା ମିଳିଥିଲା । ଇତିମଧ୍ୟରେ ବିଦ୍ୟୁତଙ୍କ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ । ଯାହାକୁ ନେଇ ଖୁସି ହୋଇଯିବେ ସମସ୍ତେ । କାରଣ ଶୁଣିବାକୁ ମିଳୁଛି ବିଦ୍ୟୁତ ‘ଖୁଦା ହାଫିଜ୍’ର ସିକ୍ବେଲ ଫିଲ୍ମ ନେଇ ପରଦାରେ ନଜର ଆସିବେ । ଆଉ ଫିଲ୍ମର ଟାଇଟେଲ ରଖାଯିବ ‘ଖୁଦା ହାଫିଜ୍ ଚାପ୍ଟର 2’ ।
ଯଦି ଫିଲ୍ମର କାହାଣୀ ବିଷୟରେ କଥା ହେବା ତେବେ ବିଦ୍ୟୁତ, ସମୀର ଭୂମିକାରେ ନଜର ଆସିଛନ୍ତି । ଆଉ ତାଙ୍କ ପତ୍ନୀ ସାଜି ଫିଲ୍ମରେ ତାଙ୍କ ସହ ରୋମାନ୍ସ କରିଥିଲେ ଅଭିନେତ୍ରୀ ଶିବଲେଖା ଓବରାୟ । ତାଙ୍କ ଭୂମିକାର ନାମ ନର୍ଗିସ ରଖାଯାଇଥିଲା । ବିଦେଶରେ ହଜିଯାଇଥିବା ପତ୍ନୀଙ୍କୁ ଖୋଜିବା ପାଇଁ ବିଦ୍ୟୁତ ସମସ୍ତଙ୍କ ସହ ଲଢୁଥିବାର ଦେଖାଯାଇଥିଲେ । ପରିଶେଷରେ ବିଦେଶ ଯାଇ ନିଜ ପତ୍ନୀଙ୍କୁ ଭାରତ ଆଣିବାରେ ସେ ସଫଳ ମଧ୍ୟ ହୋଇଥିଲେ ।