ମୁମ୍ବାଇ: ସିନେମା ଜଗତରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯିଏ ବୟସରେ 50 ପାର କଲା ପରେ ମଧ୍ୟ ଚମକୁଛନ୍ତି । ବଢୁଥିବା ବୟସର ଛାପ ଆଜିବି ସେମାନଙ୍କ ଚେହେରାରୁ ଅନେକ ଦୂରରେ । ନିଜର ଅଭିନୟ ଠାରୁ ଅଧିକ ଚର୍ଚ୍ଚାରେ ଏମାନଙ୍କ ସୁନ୍ଦରତା । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀଙ୍କ ସମ୍ପର୍କରେ କହିବୁ ଯିଏ 50 ପାରେଇଲା ପରେ ମଧ୍ୟ ଆଜିର ହିରୋଇନଙ୍କୁ କଡା ଟକ୍କର ଦେଉଛନ୍ତି...
ଏହି ଲିଷ୍ଟରେ ସବୁଠାରୁ ଆଗରେ ଅଛନ୍ତି ରେଖା । 65 ବର୍ଷ ବୟସରେ ମଧ୍ୟ ତାଙ୍କ ଚେହେରାରେ ଏହାର ଛାପ ଦେଖିବାକୁ ମିଳିନଥାଏ । ସେ ବଡ ପରଦାରେ ଖୁବ୍ କମ୍ ଦେଖାଯାଆନ୍ତି । କିନ୍ତୁ ଆୱାର୍ଡ ସେରିମୋନି ହେଉ ଅବା ବଲିଉଡରେ କୌଣସି ସେଲିବ୍ରେସନ ସେ ସବୁବେଳେ ଆଗରେ । ଆଉ ସବୁଠାରୁ ଅଧିକ ଚର୍ଚ୍ଚା ତାଙ୍କ ଶାଢୀକୁ ନେଇ। ନିକଟରେ ରେଖା ଡବୁ ରତନାନିଙ୍କ କ୍ୟାଲେଣ୍ଡର ଲଞ୍ଚରେ ନଜର ଆସିଥିଲେ ।
ଏହି ଲିଷ୍ଟର ଦ୍ବିତୀୟରେ ରହିଛନ୍ତି ହେମାମାଳିନି । ହେମାଙ୍କୁ 71 ବର୍ଷ ବୟସ । ମାତ୍ର ତାଙ୍କୁ ଦେଖିଲେ ଏହା କହିବା ଅସମ୍ଭବ ।