ହାଇଦ୍ରାବାଦ: ଗତ ସପ୍ତାହରେ ଉମର ରିଆଜ (Umar Riaz) ଏବଂ ପ୍ରତୀକ ସେହଜପାଲ (Pratik Sehajpal)ଙ୍କ ମଧ୍ୟରେ ଭୟାନକ ଝଗଡା ହୋଇଥିଲା । ଅସନ୍ତୋଷ ବ୍ୟକ୍ତ କରି ବିଗ୍ ବସ୍ 15 ଉମରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ଏବଂ କହିଥିଲା ତାଙ୍କ ନିଷ୍ପତ୍ତି ୱିକେଣ୍ଡରେ ନିଆଯିବ।
ବର୍ତ୍ତମାନ ଖବର ଆସୁଛି ଯେ ନିଷ୍ପତ୍ତି ନିଆଯାଇସାରିଛି। ଉମର ରିଆଜଙ୍କୁ ଘରୁ ବାହାର କରିଦିଆଯାଇଛି ବୋଲି ଦାବି କରାଯାଉଛି। ଯଦିଓ ଏହା ଉପରେ ସନ୍ଦେହ ରହିଛି, କିନ୍ତୁ ଅସୀମ ରିଆଜ୍ ଏବଂ ହିମାଂଶୀ ଖୁରାନାଙ୍କ ଟ୍ବିଟ୍ ଉମରଙ୍କୁ ବହିଷ୍କାର କରାଯାଇଥିବାର ପ୍ରମାଣ ଦେଉଛି ।