ଓଡିଶା

odisha

ETV Bharat / sitara

ବିଗ୍ ବି ଙ୍କ ବଙ୍ଗଳାରୁ ହଟିଲା କଣ୍ଟେନମେଣ୍ଟ ଜୋନ୍ ପୋଷ୍ଟର - ବିଗ୍ ବିଙ୍କ ବଙ୍ଗଳାରୁ ହଟିଲା

ବିଏମସି ଦ୍ୱାରା ଲାଗୁ ହୋଇଥିବା କଣ୍ଟେନମେଣ୍ଟ ଜୋନର ପୋଷ୍ଟରକୁ ଅମିତାଭ ବଚ୍ଚନଙ୍କ ବାସଭବନ 'ଜଲସା'ରୁ ହଟାଇ ଦିଆଯାଇଛି । ବଚ୍ଚନ ପରିବାର କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ 'ଜଲସା'କୁ ବିଏମସି ଦ୍ୱାରା ଏକ କଣ୍ଟେଣ୍ଟମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ଅଧିକ ପଢନ୍ତୁ...

bmc removes containment zone poster from amitabh bachchans bungalow jalsa
ବିଗ୍ ବିଙ୍କ ବଙ୍ଗଳାରୁ ହଟିଲା କଣ୍ଟେନମେଣ୍ଟ ଜୋନ୍ ପୋଷ୍ଟର

By

Published : Jul 26, 2020, 6:42 PM IST

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ । ଯାହା ପରେ ବିଗ୍ ବିଙ୍କ ବାସଭବନ 'ଜଲସା' କୁ ବିଏମସି ଦ୍ୱାରା କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଥିଲା । ବର୍ତ୍ତମାନ ବିଏମସି ଦ୍ୱାରା ଲାଗୁ ହୋଇଥିବା କଣ୍ଟେନମେଣ୍ଟ ଜୋନର ପୋଷ୍ଟରକୁ ହଟାଇ ଦିଆଯାଇଛି ।

ଅମିତାଭଙ୍କ ସହ ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ଏବଂ ଆରାଧ୍ୟା ବଚ୍ଚନ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ବଚ୍ଚନ ପରିବାରର ପ୍ରଥମ କୋଭିଡ -19 ପରୀକ୍ଷା 11 ଜୁଲାଇରେ ହୋଇଥିଲା ।

ବଚ୍ଚନ ପରିବାରର ଏହି ଚାରି ଜଣ ସଦସ୍ୟଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତେ ଚିକିତ୍ସିତ ହେଉଛନ୍ତି ।

ଜୁଲାଇ 12 ରେ, ବିଏମସି ଅଧିକାରୀମାନେ 'ଜଲସା'କୁ କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବରେ ଘୋଷଣା କରି ବାହାରେ ଏକ ବ୍ୟାନର ଲଗାଇଥିଲେ । ଏହା ପରେ, ତାଙ୍କ ବଙ୍ଗଳାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସିଲ୍ କରାଯାଇଥିଲା ।

14 ଦିନିଆ କ୍ୱାରେନଣ୍ଟାଇନ ପିରିୟଡ ସମାପ୍ତ ହେବା ପରେ ବିଏମସି ଅମିତାଭଙ୍କ ବଙ୍ଗଳା ଏକ ଡିକୋଣ୍ଟେମିନେସନ ଜୋନ୍ ଭାବରେ ଘୋଷଣା କରିଛି ।

କିଛି ଦିନ ପର୍ବରୁ, ଅମିତାଭ, ପୁଅ ଅଭିଷେକ ପରେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ମଧ୍ୟ କୋଭିଡ-19 ପରୀକ୍ଷା ପଜିଟିଭି ଆସିଥିଲା । ଯାହାର ସୂଚନା ଅଭିଷେକ ସୋସିଆଲ ମିଡିଆରେ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details