ଓଡିଶା

odisha

ETV Bharat / sitara

ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲା: ଆଇପିଏସ ବିନୟ ତିୱାରୀଙ୍କ କ୍ବାରେଣ୍ଚାଇନ କୋହଳ କରିବାକୁ ମନା କଲା BMC

ପାଟନା ଆଇଜିଙ୍କ ଅନୁରୋଧ ପରେ ବି ବିହାର ଆଇପିଏସ ଅଫିସର ବିନୟ ତିୱାରୀକୁ ମୁକ୍ତ କରିବାକୁ ମନା କରିଦେିଛନ୍ତି ବ୍ରିହନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ । ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ ଏନେଇ ସୂଚନା ଦେଇଛନ୍ତି ।

By

Published : Aug 5, 2020, 3:49 PM IST

BMC refuses to free Vinay Tiwari from quarantine
ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ମାମଲା

ମୁମ୍ବାଇ: ପାଟନା ଆଇଜିଙ୍କ ଅନୁରୋଧ ପରେ ବି ବିହାର ଆଇପିଏସ ଅଫିସର ବିନୟ ତିୱାରୀକୁ ମୁକ୍ତ କରିବାକୁ ମନା କରିଦେିଛନ୍ତି ବ୍ରିହନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ । ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ ଏନେଇ ସୂଚନା ଦେଇଛନ୍ତି ।

ଡିଜିପି ଟ୍ବିଟରରେ ଟ୍ବିଟ କରି ଆଇଜିଙ୍କ ଅନୁରୋଧ ପରେ ମଧ୍ୟ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ ମନା କରିଦେଇଛି । ବିନୟ ତିୱାରୀଙ୍କୁ ବର୍ତ୍ତମାନ 14 ଦିନ ପାଇଁ କ୍ବାରେଣ୍ଟାଇନରେ ରଖାଯାଇଛି । ସୁଶାନ୍ତି ସିଂ ରାଜପୁତଙ୍କ ମାମଲା ବିଷୟରେ ଯାଞ୍ଚ କରିବାକୁ ଯାଇଥିବା ବିନୟ ତିୱାରୀଙ୍କୁ କ୍ବାରେଣ୍ଟାଇନ ନାଁରେ ହୋମ୍ ଆରେଷ୍ଟ କରାଯାଇଥିବା ଡିଜିପି ପୂର୍ବରୁ କହିଥିଲେ । ମୁମ୍ବାଇ ପୋଲିସ ଏହି ମାମଲାରେ କୌଣସି ତତ୍ପରତା ଦେଖାଉନଥିବା ଅଭିଯୋଗ ହୋଇଥିଲା ।

ମୁମ୍ବାଇ ପୋଲିସ ରିୟା ଚକ୍ରବର୍ତ୍ତୀଙ୍କୁ ସୁରକ୍ଷା ଦେଉଥିବାର ଅଭିଯୋଗ ହୋଇଛି । ମୁମ୍ବାଇ ପୋଲିସର କହିବାନୁସାରେ, ବିହାର ପୋଲିସ ଏହି ମାମଲାର ଯାଞ୍ଚ କରି ପାରିବ ନାହିଁ ବୋଲି ଅଭିଯୋଗ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details