ଓଡିଶା

odisha

ETV Bharat / sitara

କଙ୍ଗନାଙ୍କ ସପକ୍ଷରେ ହାଇକୋର୍ଟର ଶୁଣାଣି, ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବ ବିଏମସି - କଙ୍ଗନାଙ୍କ ବିରୁଦ୍ଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବ ବିଏମସି

ଶୁଣିବାକୁ ମିଳୁଛି ବମ୍ବେ ହାଇକୋର୍ଟର ନିଷ୍ପତ୍ତିରେ ସନ୍ତୁଷ୍ଟ ନାହିଁ ବିଏମସି । କଙ୍ଗନାଙ୍କ ବିରୁଦ୍ଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବାକୁ ଯାଉଛି ବିଏମସି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Nov 28, 2020, 11:21 AM IST

ମୁମ୍ବାଇ: ବମ୍ବେ ହାଇକୋର୍ଟ ଶୁକ୍ରବାର ଦିନ ପାଲି ହିଲରେ ଥିବା କଙ୍ଗନା ରଣାୱତଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା ମାମଲାର ବିରୋଧରେ ତାଙ୍କୁ ଆର୍ଥିକ କ୍ଷତିପୂରଣ ଦେବାକୁ ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି)କୁ କହିଛନ୍ତି । ବେଆଇନ ନିର୍ମାଣକୁ ଦର୍ଶାଇ ନାଗରିକ ସଂଗଠନ ସେପ୍ଟେମ୍ବର 9ରେ ଅଭିନେତ୍ରୀଙ୍କ ଅଫିସ କାର୍ଯ୍ୟାଳୟର କିଛି ଅଂଶ ଭାଙ୍ଗି ଦେଇଥିଲା । ଯାହା ବିରୋଧରେ କଙ୍ଗନାଙ୍କ ହାଇକୋର୍ଟ ଦ୍ବାରସ୍ଥ ହୋଇଥିଲେ । ଆଉ ଏହାର ଶୁଣାଣିରେ କଙ୍ଗନାଙ୍କ ସପକ୍ଷରେ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ ।

ହେଲେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ଯେ ବିଏମସି ଏପର୍ଯ୍ୟନ୍ତ ହାଇକୋର୍ଟଙ୍କ ବିଚାରର କପି ପାଇନାହିଁ ଏବଂ ଏକ ସମ୍ଭାବନା ଅଛି ଯେ ସେମାନେ ଏହି ମାମଲା ସୁପ୍ରିମକୋର୍ଟଙ୍କୁ ନେଇପାରନ୍ତି । ସେପଟେ ଏହି ମାମଲାରେ ମେୟର କିଶୋରୀ ପେଡନେକର ତାଙ୍କ ସରକାରୀ ବିବୃତ୍ତିରେ କହିଛନ୍ତି ଯେ, ସେ ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ଏବଂ ବିଏମସିର ପକ୍ଷ କୋର୍ଟରେ ଠିକ୍ ଭାବରେ ରଖାଯାଇଛି କି ନାହିଁ ଜାଣିବାକୁ ଚାହୁଁଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ଏଭଳି ମାମଲାରେ ସାଧାରଣତଃ ବିଏମସି ସପକ୍ଷରେ ଯାଇଥାଏ ।

ଆଉ କହିଛନ୍ତି, ‘ଆମକୁ ବିଚାରର ଅଧ୍ୟୟନ କରିବାକୁ ପଡ଼ିବ ଏବଂ ଆମ ପକ୍ଷକୁ କୋର୍ଟରେ ସଠିକ୍ ଭାବେ ରଖାଯାଇଛି କି ନାହିଁ ତାହା ଦେଖିବାକୁ ପଡିବ । ଆମ ସହିତ ଏକ ସମ୍ପୂର୍ଣ୍ଣ ଆଇନ ବିଭାଗ ଅଛି । ଏମଏମସି ଅଧିନିୟମ ଅନୁଯାୟୀ ଆମେ 354ଏ ନୋଟିସ ଜାରି କରିଛୁ (ନିର୍ମାଣ କିମ୍ବା କାର୍ଯ୍ୟର ଆରମ୍ଭ କିମ୍ବା ବେଆଇନ ଭାବରେ ଚାଲୁଥିବା କାର୍ଯ୍ୟ ବନ୍ଦ କରିବାକୁ) ଏବଂ କୋର୍ଟ ସେହି ମାମଲାଗୁଡିକର ଅଧିକାଂଶରେ ବିଏମସିର କାର୍ଯ୍ୟକୁ ସମର୍ଥନ କରିଛନ୍ତି । ତେଣୁ ଆମକୁ ଜାଣିବାକୁ ପଡ଼ିବ ଯେ ଜଣେ ଅଭିନେତ୍ରୀଙ୍କ କ୍ଷେତ୍ରରେ ଏହା କାହିଁକି ଘଟିଲା ନାହିଁ ।’

ସେପଟେ କଙ୍ଗନା ମଧ୍ୟ କିଶୋରୀଙ୍କ ବମ୍ବେ ହାଇକୋର୍ଟଙ୍କ ବିଏମସି ନୋଟିସକୁ ଏଡ଼ାଇ ଦେଇଥିବା ମନ୍ତବ୍ୟ ଉପରେ କଙ୍ଗନା ପ୍ରତିକ୍ରିୟା ପ୍ରକାଶ କରି ଶୁଣାଇଛନ୍ତି ଅନେକ କଥା ।

For All Latest Updates

ABOUT THE AUTHOR

...view details