ଓଡିଶା

odisha

By

Published : Nov 1, 2021, 12:01 PM IST

ETV Bharat / sitara

ଐଶ୍ୱର୍ଯ୍ୟା ରାୟ@48, ସୁନ୍ଦରତା ସାମ୍ନାରେ ହାର୍ ମାନିଛି ବୟସ

ନୀଳନୟନା ଭାବେ ଦର୍ଶକଙ୍କ ହୃଦୟରେ ଯିଏ ଘର କରିଛନ୍ତି ସେ ହେଲେ ବିଶ୍ବ ସୁନ୍ଦରୀ ଐଶ୍ବର୍ଯ୍ୟା ରାୟ । ବଲିଉଡର ପ୍ରସିଦ୍ଧ ତଥା ସୁନ୍ଦର ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଆଜି ତାଙ୍କର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି । ଅଧିକ ପଢନ୍ତୁ...

48 ବର୍ଷରେ ପାଦ ଥାପିଲେ ବିଶ୍ବ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ
48 ବର୍ଷରେ ପାଦ ଥାପିଲେ ବିଶ୍ବ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ

ମୁମ୍ବାଇ:ତାଙ୍କ ଆଖି କଥା କୁହେ । ନୀଳନୟନା ଭାବେ ଦର୍ଶକଙ୍କ ହୃଦୟରେ ଯିଏ ଘର କରିଛନ୍ତି ସେ ହେଲେ ବିଶ୍ବ ସୁନ୍ଦରୀ ଐଶ୍ବର୍ଯ୍ୟା ରାୟ । ବଲିଉଡର ପ୍ରସିଦ୍ଧ ତଥା ସୁନ୍ଦର ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଆଜି ତାଙ୍କର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ନଭେମ୍ବର ୧, ୧୯୭୩ ରେ ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ।

48 ବର୍ଷରେ ପାଦ ଥାପିଲେ ବିଶ୍ବ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ

ଐଶ୍ବର୍ଯ୍ୟାଙ୍କ ଜନ୍ମ ପରେ ତାଙ୍କ ପରିବାର ମୁମ୍ବାଇ ଆସିଥିଲେ । ଏହା ପରେ ଅଭିନେତ୍ରୀ ମୁମ୍ବାଇରୁ ତାଙ୍କର ସମସ୍ତ ଶିକ୍ଷା ଶେଷ କରିଥିଲେ। ଐଶ୍ବର୍ଯ୍ୟା ତାଙ୍କ ସ୍କୁଲ୍ ସମୟରୁ ଡାକ୍ତରୀ ଅଧ୍ୟୟନ ପ୍ରତି ଅଧିକ ଆଗ୍ରହୀ ଥିଲେ ଏବଂ ତାଙ୍କର ପ୍ରିୟ ବିଷୟ ଜୀବ ବିଜ୍ଞାନ ଥିଲା। ସେ ନବମ ଶ୍ରେଣୀରେ ପଢୁଥିବା ସମୟରେ ଏକ ଟିଭି ବିଜ୍ଞାପନରେ ନଜର ଆସିଥିଲେ। ଏହା ପରେ ସେ ଜଣେ କଳାକାର ହେବାକୁ ମନସ୍ଥ କରିଥିଲେ ଏବଂ ସେ ଏଥିପାଇଁ ରଚନା ସଂସଦ ଏକାଡେମୀରେ ଆଡମିଶନ ନେଇଥିଲେ, କିନ୍ତୁ ଏହା ପରେ ତାଙ୍କ ମଡେଲିଂ କରିଥିଲେ ।

48 ବର୍ଷରେ ପାଦ ଥାପିଲେ ବିଶ୍ବ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ

୧୯୯୪ ମସିହାରେ ସେ ‘ମିସ୍ ୱାର୍ଲ୍ଡ’ ଆଖ୍ୟା ଅର୍ଜନ କରି ସମଗ୍ର ବିଶ୍ବରେ ଭାରତର ନାମ ଆଲୋକିତ କରିଥିଲେ। ଏହା ପରେ ସେ ସମଗ୍ର ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ପାଇଲେ। ମଡେଲିଂ ପରେ ସେ ଅଭିନୟ ଜଗତରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ୧୯୯୭ ମସିହାରେ ମଣି ରତ୍ନମଙ୍କ ଫିଲ୍ମ ଇରୁଭର୍ ସହିତ ଡେବ୍ୟୁ କରିଥିଲେ। ଏହା ପରେ ସେ ନିଜ କ୍ୟାରିୟରରେ ଅନେକ ଫିଲ୍ମରେ କାମ କରିଛନ୍ତି।

48 ବର୍ଷରେ ପାଦ ଥାପିଲେ ବିଶ୍ବ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ

1999 ରେ ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ବ୍ଲକବଷ୍ଟର ଫିଲ୍ମ 'ହମ ଦିଲ ଦେ ଚୁକେ ସାନମ'ରେ ଐଶ୍ବର୍ଯ୍ୟା ଅଭିନେତା ସଲମାନ ଖାନଙ୍କ ସହ ନଜର ଆସିଥିଲେ । ଏହି ଫିଲ୍ମରେ ଐଶ୍ବର୍ଯ୍ୟାଙ୍କ 'ନନ୍ଦିନୀ' ଚରିତ୍ର ସହିତ ଦର୍ଶକଙ୍କ ହୃଦୟ ଜିତିଥିଲେ | ଆଜି ବି ସେ 'ନନ୍ଦିନୀ' ଭୂମିକାରେ ସ୍ମରଣୀୟ । ସୁଭାଷ ଘାଇଙ୍କ ନିର୍ଦ୍ଦେଶିତ ଫିଲ୍ମ 'ତାଲ'ରେ ଐଶ୍ବର୍ଯ୍ୟା 'ମାନସୀ'ର ଚରିତ୍ରରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ଐଶ୍ବର୍ଯ୍ୟାଙ୍କୁ ବିନା ମେକଅପରେ ଦେଖିବାକୁ ମିଳିଥିଲା । ରୂପେଲି ପରଦାର ଫିଲ୍ମ 'ଦେବଦାସ'ରେ ଐଶ୍ବର୍ଯ୍ୟାଙ୍କ ଚରିତ୍ର ଫ୍ୟାନ୍ସ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ଏକ ବ଼ଡ ହିଟ ହୋଇଥିଲା । ଫିଲ୍ମ 'ଦେବଦାସ'ରେ ଏଶଙ୍କ ପୋଷାକ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ।

48 ବର୍ଷରେ ପାଦ ଥାପିଲେ ବିଶ୍ବ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ

ଏହା ପରେ ସେ ବଲିଉଡରେ ବ୍ୟାକଟୁ ବ୍ୟାକ ହିଟ ମୁଭି ଦେଇଛନ୍ତି । ଏ ଦିଲ ହେ ମୁସକିଲ, ମୋହବତେଁ, ଦେବଦାସ, ଧୁମ ୨, ଗୁରୁ, ଖାକି, ହମ କିସିସେ କନ ନେହିଁ, ବଣ୍ଟି ଔର ବବଲି, ଯୋଦ୍ଧା ଆକବର, ଏବଂ ଗୁଜାରିଶ ଭଳି ଫିଲ୍ମରେ ନିଜର ଜଲୱା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details