ଓଡିଶା

odisha

ନିଖୋଜ ସନ୍ନି, ଖୋଜିବାରେ ବ୍ୟସ୍ତ କଂଗ୍ରେସ କର୍ମୀ

By

Published : May 19, 2020, 8:34 PM IST

ଗୁରଦାସପୁରରେ ସନ୍ନି ଦେଓଲଙ୍କୁ ଖୋଜା ଚାଲିଛି। ବସ ଷ୍ଟାଣ୍ଡ, ରେଳ ଷ୍ଟେସନରେ ଲାଗିଛି ତାଙ୍କ ନିଖୋଜ ପୋଷ୍ଟର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଦେଓଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଦେଓଲ

ପଞ୍ଜାବ: ଆକ୍ସନ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲଙ୍କ ନିଖୋଜ ଖବର ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ହେଲେ ଏତେ ବଡ ଷ୍ଟାର ନିଖୋଜ କିପରି ହେବେ । ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚାରେ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ କଥା...

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

କଥାଟି ହେଲା ଯେ ପଞ୍ଜାବରେ କର୍ଫ୍ୟୁ ଶେଷ ହେବା ପରେ ଆଶ୍ବସ୍ତି ଅନୁଭବ କରିଛନ୍ତି ବାସିନ୍ଦା। ହେଲେ ଆଉ ଏକ ସମସ୍ୟାକୁ ନେଇ ଚିନ୍ତିତ ସେମାନ। କାରଣ ଏବେ ସେଠାରେ ନିଖୋଜ ଅଛନ୍ତି ସନ୍ନି। ଯାହାର ପୋଷ୍ଟର ଗୁରଦାସପୁର ସବୁ ରାସ୍ତା କଡରେ ଲାଗିଛି। ଏହି ମାମଲାକୁ ଏବେ ସାଧାରଣ ଲୋକ ବୁଝିପାରୁନାହାଁନ୍ତି।

ଆଉ ତାଙ୍କୁ ଖୋଜିବା ପାଇଁ ଚେଷ୍ଟା ଚଳାଇଛନ୍ତି କଂଗ୍ରେସ କର୍ମୀ। ଯୁବ କଂଗ୍ରେସ କମିଟି ଜିଲ୍ଲା ସଭାପତି ତୋଷିତ ମହାଜନ ଓ ତାଙ୍କ କିଛି ବନ୍ଧୁ ସହର ବସ ଷ୍ଟାଣ୍ଡ, ରେଳଷ୍ଟେସନରେ ସନ୍ନିଙ୍କ ନିଖୋଜ ହେବା ପୋଷ୍ଟର ଲଗାଇଛନ୍ତି ।

ଆଉ ଅଭିଯୋଗ ଆଣିଛନ୍ତି ଯେ ସନ୍ନିଙ୍କ ଘର ପଠାନକୋଟ ଗୁରୁଦାସପୁରରେ ଅଛି ଯେଉଁଠାରେ ସେ ଅଜ୍ଞାତ କାରଣରୁ ଲୁଚି ରହିଛନ୍ତି। ସନ୍ନି ସାଂସଦ ହେବା ପରେ ଧନ୍ୟବାଦ ରାଲି କରି ଗାୟବ ହୋଇଯାଇଛନ୍ତି। ଯାହାପରେ ସେ ବିଜେପି କର୍ମୀଙ୍କ ସହ ବନ୍ଦ ଘରେ ମିଟିଂ କରିଛନ୍ତି ସତ ହେଲେ ସାଧାରଣ ଜନତାଙ୍କ ପାଖକୁ ଆସୁନାହାଁନ୍ତି।

ଗୁରଦାସପୁର ଲୋକେ ଭୋଟ ଦେଇ ସନ୍ନିଙ୍କୁ ସାଂସଦ କରିଛନ୍ତି । ସେମାନେ ଭାବିଥିଲେ ଯେ ଷ୍ଟାର ସନ୍ନି ସହରକୁ ଆସି ତାଙ୍କ ହାଲଚାଲ ବୁଝିବେ । ଅଧା ଥିବା କାମକୁ ପୁରା କରିବେ । ସହରର ବିକାଶ ହେବ । କିନ୍ତୁ ସନ୍ନି ସମସ୍ତଙ୍କ ଆଶାକୁ କେବଳ ଆଶାରେ ରଖିଦେଇଛନ୍ତି ବୋଲି କହିଛନ୍ତି ତୋଷିତ।

ସେପଟେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ମାଷ୍ଟର ମୋହନ ଲାଲ କଂଗ୍ରେସର ଏହି କାର୍ଯ୍ୟକୁ କଡା ନିନ୍ଦା କରିଛନ୍ତି।

ABOUT THE AUTHOR

...view details