ଭୋପାଳ: ମଧ୍ୟପ୍ରଦେଶ ରାଜନୈତିକ ମହଲରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା ସିଂ ଠାକୁର କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରଣାୱତଙ୍କ ସମର୍ଥନ କରିଛନ୍ତି । ପ୍ରଜ୍ଞାଙ୍କ ପୂର୍ବରୁ ଅନେକ ରାଜନେତା ଓ ସେଲିବ୍ରିଟି କଙ୍ଗନାଙ୍କ ସମର୍ଥନରେ ସାମ୍ନାକୁ ଆସିସାରିଲେଣି । ବୁଧବାର ତାଙ୍କ ମୁମ୍ବାଇ ପାଲିହିଲ୍ ସ୍ଥିତ ମଣିକର୍ଣ୍ଣିକା ଅଫିସ୍ ବିଏମସି ଦ୍ବାରା ଉଚ୍ଛେଦ ପ୍ରକ୍ରିୟା ପରେ କ୍ରୋଧିତ ନଜର ଆସୁଛନ୍ତି ଅନେକ ଲୋକ ।
ଏହି ମାମଲାରେ ପ୍ରତିକ୍ରିୟା ଦେଇ ପ୍ରଜ୍ଞା କହିଛନ୍ତି, ‘ବର୍ତ୍ତମାନ ଶିବସେନା କଂଗ୍ରେସ ସହ ଅଛି ଆଉ ସେମାନଙ୍କ ବିଚାରଧାରାରେ କାମ କରୁଛି । ହୁଏତଃ ଏହି କାରଣ ପାଇଁ କଙ୍ଗନାଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଯାହା କରିବା ପାଇଁ କଂଗ୍ରେସ ବାଧ୍ୟ କରିଥିବ । ସେ ଜଣେ ମହିଳା ଆଉ ବିନା କୌଣସି ଅପରାଧରେ ଏପରି କାର୍ଯ୍ୟାନୁଷ୍ଠାନ ତାଙ୍କ ପାଇଁ ନିଆଯିବା ଅନୁପଯୁକ୍ତ ଅଟେ ।’