ମୁମ୍ବାଇ: ଶନିବାର ମୁମ୍ବାଇର କପୁର୍ ହସ୍ପିଟାଲରେ କୋଭିଡ -19 ଟିକାର ପ୍ରଥମ ଡୋଜ ନେଲେ ବଲିଉଡ ଅଭିନେତ୍ରୀ ତଥା ଭାରତୀୟ ଜନତା ପାର୍ଟିର ସାଂସଦ ହେମା ମାଲିନୀ । ସେ ନିଜେ ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଛନ୍ତି । ଟିକା ନେବା ସମୟରେ ହେମା ମାସ୍କ ପିନ୍ଧିଥିବାର ନଜର ଆସିଥିଲେ ।
କୋରୋନା ଟିକା ନେଲେ ଡ୍ରିମଗାର୍ଲ ହେମା - hema-took-her-first-doseof-coronavirus-vaccine
ଆଜି ଟିକା ନେଲେ ଭାରତୀୟ ଜନତା ପାର୍ଟିର ସାଂସଦ ତଥା ଅଭିନେତ୍ରୀ ହେମା ମାଲିନୀ । ସେ ନିଜେ ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...
କୋରୋନା ଟିକା ନେଲେ ଡ୍ରିମଗାର୍ଲ ହେମା
କୋଭିଡ -19 ଟିକା ନେବା ସମୟର ଫଟୋ ଟ୍ବିଟରରେ ହେମା ସେୟାର କରି ଲେଖିଛନ୍ତି, ମୁଁ କପୁର୍ ହସ୍ପିଟାଲରେ ଲୋକଙ୍କ ସହ କୋରୋନା ଟିକା ନେଇଛି ।
ପ୍ରକାଶ ଥାଉ ଯେ, ଗତକାଲି ଅଭିନେତା ସୈଫ ଅଲୀ ଖାନ ମଧ୍ୟ ମୁମ୍ବାଇରେ କୋରୋନା ଟିକାର ପ୍ରଥମ ଡୋଜ ନେଇଥିଲେ।