ଓଡିଶା

odisha

ETV Bharat / sitara

ସୋନୁଙ୍କ ସାହାଯ୍ୟ ଲୋଡିଲେ ବିଜେପି ନେତା, ଟାର୍ଗେଟ କଲେ କଂଗ୍ରେସ ନେତ୍ରୀ - ରିୱା ଜିଲ୍ଲାର ବିଜେପି ବିଧାୟକ ରାଜେନ୍ଦ୍ର ଶୁକ୍ଲା ଟ୍ବିଟ ଭାଇରାଲ

ଏବେ ପୁଣି ଚର୍ଚ୍ଚାରେ ସୋନୁ ସୁଦ । ତାଙ୍କୁ ସୋସିଆଲ ମିଡିଆରେ ସାହାଯ୍ୟ ମାଗିଲେ ବିଜେପି ବିଧାୟକ । କଡା ଜବାବ ଦେଲେ ଅଲକା ଲାମ୍ବା ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jun 3, 2020, 6:47 PM IST

ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଦ ପ୍ରବାସୀ ଶ୍ରମିକଙ୍କୁ ଲକଡାଉନରେ ନିଜ ଘରେ ପହଞ୍ଚାଇବାରେ ସହଯୋଗ କରିଆସୁଛନ୍ତି । ସେ ଏଯାବତ ଲକଡାଉନରେ ଅନ୍ୟ ରାଜ୍ୟରେ ଫସି ରହିଥିବା ଅନେକ ଶ୍ରମିକ, ଦିନ ମଜୁରିଆ ଓ ଛାତ୍ରଛାତ୍ରୀ ନିଜ ଘରକୁ ପଠାଇସାରିଲେଣି । ଇତିମଧ୍ୟରେ ବିଜେପିର ଜଣେ ବିଧାୟକ ଟ୍ବିଟ କରି ସୋନୁଙ୍କ ସାହାଯ୍ୟ ଲୋଡିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା । ବିଜେପି ବିଧାୟକ ସାହାଯ୍ୟ ମାଗିବା ଉପରେ ରାଗିଯାଇଛନ୍ତି କଂଗ୍ରେସ ନେତ୍ରୀ ଅଲକା ଲାମ୍ବା ।

ନିକଟରେ ମଧ୍ୟପ୍ରଦେଶର ରିୱା ଜିଲ୍ଲାର ବିଜେପି ବିଧାୟକ ରାଜେନ୍ଦ୍ର ଶୁକ୍ଲା ଶ୍ରମିକ ଆଣିବା ପାଇଁ ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଥିଲେ । ସେ ମୁମ୍ବାଇରେ ଫସି ରହିଥିବା ମଧ୍ୟପ୍ରଦେଶର ରେୱା ଏବଂ ସତନା ଜିଲ୍ଲାର ବାସିନ୍ଦାଙ୍କ ତାଲିକା ଟ୍ବିଟ କରିଛନ୍ତି । ଏହି ଟ୍ବିଟକୁ ସେ ସୋନୁଙ୍କୁ ଟ୍ୟାଗ କରିଛନ୍ତି ।

ଆଉ ଲେଖିଛନ୍ତି, ‘ମଧ୍ୟପ୍ରଦେଶର ରିୱା, ସତନା ବାସିନ୍ଦା ଦୀର୍ଘ ସମୟରୁ ମୁମ୍ବାଇରେ ଫସି ରହିଛନ୍ତି ଏବଂ ଏଯାବତ ନିଜ ଘରକୁ ଫେରିପାରିନାହାଁନ୍ତି । ଦୟାକରି ସେମାନଙ୍କୁ ଫେରାଇ ଆଣିବାକୁ ଆମକୁ ସାହାଯ୍ୟ କର ।’

ବିଜେପି ବିଧାୟକଙ୍କ ଏହି ଟ୍ବିଟର ସ୍କ୍ରିନସଟ ସହିତ ଅଲକା ଲାମ୍ବା ଲେଖିଛନ୍ତି, ‘ଆଖି ଉପରେ ବିଶ୍ବାସ କରିପାରୁନାହିଁ । ଯିଏ ନିଜେ ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ରହିସାରିଛନ୍ତି । ମଧ୍ୟପ୍ରଦେଶ ଏବଂ ଦେଶରେ ସେମାନଙ୍କର ସରକାର ମଧ୍ୟ ଅଛି । ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ସେମାନଙ୍କ ଦଳର । ମହାରାଷ୍ଟ୍ରରେ ମଧ୍ୟ ସେମାନଙ୍କର ସାଂସଦ ଏବଂ ବିଧାୟକ ଅଛନ୍ତି, ତଥାପି ସେମାନେ ସୋନୁଙ୍କ ସାହାଯ୍ୟ ମାଗୁଛନ୍ତି । ଲଜ୍ଜାଜନକ, ଇସ୍ତଫା ଦେଇ ଘରେ ବସନ୍ତୁ । ଏହା ଭଲ ହେବ। । ’

ABOUT THE AUTHOR

...view details