ଓଡିଶା

odisha

ETV Bharat / sitara

ରିହାନାଙ୍କ ଟପଲେସ ଅବତାର, ନିନ୍ଦା କଲେ ବିଜେପି ନେତା - ଭାଇରାଲ ହେଲା ରିହାନାଙ୍କ ଟମଲେସ ଫଟୋ

କିଛି ଦିନରୁ ଚର୍ଚ୍ଚାରେ ରହିଆସୁଥିବା ରିହାନା ଏବେ ଟପଲେସ୍ ଅବତାରରେ । ଯାହାକୁ ଆଧାର କରି ସୋସିଆଲ ମିଡିଆରେ ତାଙ୍କ ନିନ୍ଦା କରିଛନ୍ତି ବିଜେପି ପ୍ରବକ୍ତା ରାମ କଦମ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Feb 17, 2021, 12:09 PM IST

ମୁମ୍ବାଇ: ନିକଟରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଚର୍ଚ୍ଚାରେ ଆସିଥିବା ଆମେରିକୀୟ ପପ୍ ଗାୟକ ରିହାନା ପୁଣିଥରେ ଚର୍ଚ୍ଚାରେ । ହେଲେ ଏଥର ରିହାନା ତାଙ୍କ ପ୍ରତିକ୍ରିୟା ପାଇଁ ନୁହେଁ ବରଂ ନିଜର ଟପଲେସ୍ ଫଟୋ ଯୋଗୁଁ ଚର୍ଚ୍ଚାକୁ ଆସିଛନ୍ତି। ଆଉ ଯାହାକୁ ନେଇ ବିଜେପି ପ୍ରବକ୍ତା ରାମ କଦମଙ୍କ ରିହାନାଙ୍କ ସମାଲୋଚନା କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ରାମ କଦମ

ତେବେ କଥାଟି ହେଲା ଯେ ଏହି ଫଟୋ ଫ୍ୟାନ୍ସଙ୍କ ମନ କିଣିଥିବା ବେଳେ ହୁଏତଃ ରାମ କଦମଙ୍କୁ ଭଲ ଲାଗିନାହିଁ । ଏଥିପାଇଁ ପୁଣିଥରେ ସେ ସମାଲୋଚନାର ଶିକାର ହୋଇଛନ୍ତି । କାରଣ ରିହାନା ଟିପଲେସ ଅବତାରରେ ଭଗବାନ ଗଣେଶଙ୍କ ପେଣ୍ଡେଟ ପିନ୍ଧିଥିଲେ।

ଯାହାକୁ ଆଧାର କରି ରାମ ନିନ୍ଦା କରିବା ସହ ଟ୍ବିଟରେ ଲେଖିଛନ୍ତି, ‘ଉଲଗ୍ନ ଅବସ୍ଥାରେ ଭଗବାନ ଗଣେଶଙ୍କ ପେଣ୍ଡଟ ପିନ୍ଧି ଦେବାଦେବୀଙ୍କ ଅପମାନ କରିଛନ୍ତି ରିହାନା । ତାହାଲେ ଏବେ କଂଗ୍ରେସ ରିହାନାଙ୍କ ସମର୍ଥନ କରିବ ନା ବିରୋଧ ।’

ABOUT THE AUTHOR

...view details