ମୁମ୍ବାଇ: ଶ୍ରେୟା ଘୋଷାଲ ବଲିଉଡର ଲୋକପ୍ରିୟ ଗାୟିକା । ସେ ନିଜ ଶାନଦାର ଗୀତ ପାଇଁ ଚାରିଥର ନ୍ୟାସନାଲ ଆୱାର୍ଡ ନିଜ ନାମରେ କରିସାରିଲେଣି। ସିଙ୍ଗିଂ ରିୟାଲିଟି ଶୋରୁ ଚର୍ଚ୍ଚିତ ହୋଇଥିବା ଶ୍ରେୟାଙ୍କ ଆଜି 36ତମ ଜନ୍ମଦିନ। ପଶ୍ଚିମ ବଙ୍ଗର ଶ୍ରେୟା ସାରେଗାମାପା ମ୍ୟୁଜିକ ରିୟାଲିଟି ଶୋ ଜିତିଥିଲେ। ଆଉ ଏହାପରେ ସେ ପଛକୁ ବୁଲି କେବେ ଦେଖିନାହାଁନ୍ତି । ସେ ଆଜି ବଲିଉଡର ଫେମସ ପ୍ଲେବ୍ୟାକ ଗାୟିକା ସାଜିଛନ୍ତି। ସେ ନିଜ ବଲିଉଡ କ୍ୟାରିୟରରେ ପ୍ରଥମ ଗୀତ ସୁପରିହଟ୍ ଫିଲ୍ମ ‘ଦେବଦାସ’ର ଫେମସ ଗୀତ ‘ଡୋଲା ରେ ଡୋଲା’ ଗାଇଥିଲେ। ଏହି ଗୀତ ପାଇଁ ତାଙ୍କୁ ପୁରସ୍କାର ମଧ୍ୟ ମିଳିଥିଲା । ଏପରି ସେ ଅନେକ ଶାନଦାର ଗୀତ ଗାଇସାରିଛନ୍ତି। ତେବେ ତାଙ୍କ ଜନ୍ମଦିନ ଅବସରରେ ନଜର ପକାଇବା ତାଙ୍କ 10ଟି ଶାନଦାର ଗୀତ ଉପରେ...
2002ରେ ଶ୍ରେୟାଙ୍କୁ ଫେମସ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଦେବଦାସ’ରେ ଗୀତ ଗାଇବାର ସୁଯୋଗ ମିଳିଥିଲା। ଫିଲ୍ମର ରୋମାଣ୍ଟିକ ଗୀତ ‘ବୈରୀ ପିୟା’, ‘ଛଲକ-ଛଲକ’, ‘ଡୋଲା ରେ’, ‘ସିଲସିଲା ୟେ ଚାହତ କା’ ଓ ‘ମେରେ ପିୟା’ ଗୀତ ଗାଇ ସମସ୍ତଙ୍କୁ ମୋହିତ କରିଥିଲେ ସେ। ‘ବୈରୀ ପିୟା’ ପାଇଁ ତାଙ୍କୁ ଅନେକ ପୁରସ୍କାର ସହ ସର୍ବଶ୍ରେଷ୍ଠ ଗାୟିକା ପାଇଁ ନ୍ୟାସନାଲ ଆୱାର୍ଡ ମଧ୍ୟ ମିଳିଥିଲା।
ଫିଲ୍ମ ‘ଦେବଦାସ’ର ଫେମସ ଗୀତ ‘ଡୋଲା ରେ ଡୋଲ’କୁ ଆଜି ମଧ୍ୟ ଦର୍ଶକଙ୍କ ପସନ୍ଦୀୟ ଗୀତ ମଧ୍ୟରୁ ଅନ୍ୟତମ। ଗୀତରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଜବରଦସ୍ତ ଡାନ୍ସ ସମସ୍ତଙ୍କ ମନ କିଣିଥିଲା। ଶ୍ରେୟାଙ୍କ କଣ୍ଠର ଯାଦୁ ମଧ୍ୟ ସମସ୍ତଙ୍କୁ ଉପରେ ପଡିଥିଲା। ବିଶିଷ୍ଟ ଗାୟିକା କବିତା କ୍ରଷ୍ଣମୂର୍ତ୍ତିଙ୍କ ସହ ଗାଇଥିବା ଏହି ଗୀତ ପାଇଁ 2003ରେ ଫିଲ୍ମଫେୟାରରେ ବେଷ୍ଟ ଫିମେଲ ପ୍ଲେବ୍ୟାକ ସିଙ୍ଗର ଆୱାର୍ଡ ତାଙ୍କୁ ମିଳିଥିଲା। ଏହାସହ ଆଇଫା ଆୱାର୍ଡ, ଜି ସିନେ ଆୱାର୍ଡ୍ସରେ ସର୍ବଶ୍ରେଷ୍ଠ ଗାୟିକା ପୁରସ୍କାର ସେ ଜିତିଥିଲେ।
2004ରେ ଆସିଥିବା ଜନ ଅବ୍ରାହମ ଓ ବିପାଶା ବାସୁଙ୍କ ଅଭିନୀତ ଫିଲ୍ମ ‘ଜିସ୍ମ’ରେ ଶ୍ରେୟା ‘ଯାଦୁ ହେ ନଶା’ ହେରେ କଣ୍ଠ ଦାନ କରିଥିଲେ। ଏହି ଗୀତରେ ଶ୍ରେୟାଙ୍କ କଣ୍ଠର ଯାଦୁର ପ୍ରଭାବ ଏମିତି ହେଲା ଯେ ଦର୍ଶକ ତାଙ୍କ ଦିୱାନା ହୋଇଯାଇଥିଲେ । ଗୀତ ପାଇଁ ତାଙ୍କୁ ଫିଲ୍ମଫେୟାର,, ଆଇଫା ଓ ଷ୍ଟାର ସ୍କ୍ରିନ ଆୱାର୍ଡ୍ସରେ ବେଷ୍ଟ ଫିମେଲ ପ୍ଲେବ୍ୟାକ ସିଙ୍ଗର ଆୱାର୍ଡ ମିଳିଥିଲା ।