ଓଡିଶା

odisha

ETV Bharat / sitara

ଜନ@47, ଦେଶଭକ୍ତି ଫିଲ୍ମରେ କିଣିଛନ୍ତି ଦର୍ଶକଙ୍କ ମନ - ବ୍ଲକବଷ୍ଟର ଫିଲ୍ମ ଧୁମ

ଆଜି 47 ବର୍ଷରେ ପାଦ ଥାପିଛନ୍ତି ହ୍ୟାଣ୍ଡସମ ଆକ୍ଟର ଜନ ଅବ୍ରାହମ।ମଡେଲିଂରୁ ତାଙ୍କ ଅଭିନୟ କ୍ୟାରିୟର ଥିଲା ରୋମାଞ୍ଚକ।

birthday special of john abraham
ଡିଜାଇନ ଫଟୋ

By

Published : Dec 17, 2019, 4:46 PM IST

ମୁମ୍ବାଇ: ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ଜନ ଅବ୍ରାହମ ଇଣ୍ଡଷ୍ଟ୍ରିରେ ସେହି ଅଭିନେତାଙ୍କ ମଧ୍ୟରେ ଅନ୍ୟତମ ଯିଏ ଦୀର୍ଘସମୟରୁ ନିଜ ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ରାଜ୍ କରିଆସୁଛନ୍ତି। ଫିଲ୍ମରେ ଚକଲେଟୀ ଏବଂ ଆକ୍ସନ ଷ୍ଟାର ରୂପେ ଏଣ୍ଟ୍ରି କରିଥିବା ଜନ ନିଜ କମେଡି ଅନ୍ଦାଜରେ ଦର୍ଶକଙ୍କୁ ଖୁବ୍ ହସାଇଛନ୍ତି ମଧ୍ୟ।

ପାଖାପାଖି ତିନି ବର୍ଷ ହେବ ଜନ ଅନେକ ଦେଶଭକ୍ତି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛନ୍ତି । ଆଜି ଜନଙ୍କ 47ତମ ଜନ୍ମଦିନ । ଏହି ଅବସରରେ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜନ ଅବ୍ରାହମ ଫ୍ଯାନକ୍ଲବ

ଜନ ନିଜ କ୍ୟାରିୟରର ଆରମ୍ଭ ଟାଇମ ଆଣ୍ଡ ସ୍ପେସ ମିଡିଆ ଏଣ୍ଟରଟେନମେଣ୍ଟ ପ୍ରୋମୋସନ୍ସ ଲିମିଟେଡ ନାମକ ମିଡିଆ କମ୍ପାନୀରେ କରିଥିଲେ । ଯାହା ଆର୍ଥିକ କାରଣ ସମସ୍ୟା ପାଇଁ ବନ୍ଦ ହୋଇଯାଇଥିଲା। ଏହାପରେ ସେ ଆଉ ଏକ କମ୍ପାନୀରେ ମିଡିଆ ଆୟୋଜକ ରୂପେ କାମ କରିଥିଲେ। 1999ରେ ସେ ଗ୍ଲାଡରାଗ୍ସ ମେନହଣ୍ଟ ପ୍ରତିଯୋଗୀତା ଜିତିଥିଲେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜନ ଅବ୍ରାହମ ଫ୍ଯାନକ୍ଲବ

ଜିତିବା ପରେ ଜନ ମେନହଣ୍ଟ ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗୀତା ପାଇଁ ଫିଲିପାଇନ୍ସ ଯାଇଥିଲେ। ଆଉ ଏହି ପ୍ରତିଯୋଗୀତାରେ ସେ ଦ୍ବିତୀୟ ସ୍ଥାନରେ ରହିବାରେ ସଫଳ ହୋଇଥିଲେ। ଏହାପରେ ତାଙ୍କୁ କ୍ୟାରି ମଡେଲ ରୂପେ ସିଙ୍ଗାପୁରରେ କାମ ମିଳିଥିଲା । ସେଠାରେ କିଛି ଦିନ ମଡେଲିଂ କରିବା ପରେ ସେ ହଂକଂ, ଲଣ୍ଡନ ଏବଂ ନ୍ୟୁୟର୍କ ସିଟିରେ ମଡେଲିଂ କରିଥିଲେ।

ସେ ଅନେକ ବିଜ୍ଞାପନ ଏବଂ ଲୋକପ୍ରିୟ ଗାୟକ ପଙ୍କଜ ଉଦାସ, ହଂସରାଜ ହଂସ ଓ ବାବୁଲ ସୁପ୍ରିୟଙ୍କ ମ୍ୟୁଜିକ ଭିଡିଓରେ ଅଭିନୟ କରିଥିଲେ।

2003ରେ ଜନ ଫିଲ୍ମ ‘ଜିସ୍ମ’ ଜରିଆରେ ଅଭିନୟ ଦୁନିଆରେ ପଦାର୍ପଣ କରିଥିଲେ। ସେହି ସମୟ ଠାରୁ ନେଇ ଏଯାବତ ଜନ ଦର୍ଶକଙ୍କୁ ନିରାଶ କରିନାହାଁନ୍ତି। ଫିଲ୍ମ ‘ଧୁମ’ରେ ଭିଲେନ ଭୂମିକାରେ ଅଭିନୟ କରି ଜନ ନିଜ ପାଇଁ ଏକ ନୂଆ ସ୍ଥାନ ଇଣ୍ଡଷ୍ଟ୍ରିରେ ସ୍ଥାପନ କରିବାରେ ସଫଳ ହୋଇଥିଲେ। ଏହାପରେ ସେ କମେଡି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କୁ ଖୁବ୍ ହସାଇଥିଲେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜନ ଅବ୍ରାହମ ଫ୍ଯାନକ୍ଲବ

ଜନ ‘ମଦ୍ରାସ କାଫେ’ ଏବଂ ‘ଫୋର୍ସ’ ଭଳି ଦମଦାର ଫିଲ୍ମରେ ସୈନିକ ଏବଂ ପୋଲିସ ଅଫିସର ଭୂମିକାରେ ଅଭିନୟ କରିଥିଲେ । 2018ରେ ଜନ ‘ପରମାଣୁ: ଦ ଷ୍ଟୋରୀ ଅଫ ପୋଖରଣ’ ଫିଲ୍ମରେ ଅଭିନୟ କରି ଭାରତ ଇତିହାସର ଗୌରବାନ୍ବିତ କାହାଣୀ ଦର୍ଶକଙ୍କୁ ଦେଖାଇଥିଲେ । ଆଉ 2018ରେ ତାଙ୍କ ଫେମସ ଫିଲ୍ମ ‘ସତ୍ୟମେବ ଜୟତେ’ର କଲେକ୍ସନ ବକ୍ସ ଅଫିସରେ ଛାଇ ରହିଥିଲା।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜନ ଅବ୍ରାହମ ଫ୍ଯାନକ୍ଲବ

ଏହାପରେ ସେ ‘ରୋମିୟୋ ଆକବର ୱାଲ୍ଟର’ ଏବଂ ‘ବାଟଲା ହାଉସ’ ଫିଲ୍ମ ନେଇ ପରଦାକୁ ଚଳିତ ବର୍ଷ ଫେରିଥିଲେ । ଦୁଇଟି ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା । ନିକଟରେ ଜନଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ପାଗଲପନ୍ତୀ’ ରିଲିଜ ହୋଇଥିଲା । ଆଉ ଖୁବଶୀଘ୍ର ସେ ‘ସତ୍ୟମେବ ଜୟତେ 2’ ନେଇ ପରଦାକୁ ଫେରିବେ । ଯାହାର ସୁଟିଂରେ ବର୍ତ୍ତମାନ ଖୁବ୍ ବ୍ୟସ୍ତ ଅଛନ୍ତି ସେ।

ABOUT THE AUTHOR

...view details