ମୁମ୍ବାଇ: ବିଟାଉନର ଭରସାଟାଇଲ ଆକ୍ଟର ଅନୁପମ ଖେର । ତାଙ୍କ ଜୀବନ ବଞ୍ଚିବାର ଶୌଳୀ ଖୁବ୍ ଆକର୍ଷଣୀୟ । ନିଜ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ମନରେ ଏକ ଛାପ ଛାଡିଛନ୍ତି । 500ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅନୁପମ ଶନିବାର 65 ବର୍ଷରେ ପାଦ ରଖିଛନ୍ତି । 1955 ମସିହାରେ ଜନ୍ମଗ୍ରହଣ କରିଥିଲେ ଅନୁପମ ।
65 ବର୍ଷରେ ଅନୁପମ, ଛୁଟୁଛି ଶୁଭେଚ୍ଛାର ସୁଅ - ଅନୁପମ ଖେରଙ୍କ ଜନ୍ମଦିନ
1955 ମସିହାରେ ଜନ୍ମ ହୋଇଥିବା ଅନୁପମ ଖେର ଶନିବାର 65 ବର୍ଷରେ ପାଦ ଦେଇଛନ୍ତି । ଅନୁପମ ବର୍ତ୍ତମାନ ସୁଦ୍ଧା 500ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଅଧିକ ପଢନ୍ତୁ...
![65 ବର୍ଷରେ ଅନୁପମ, ଛୁଟୁଛି ଶୁଭେଚ୍ଛାର ସୁଅ Birthday Special of Anupam Kher](https://etvbharatimages.akamaized.net/etvbharat/prod-images/768-512-6323895-thumbnail-3x2-a.jpg)
65 ବର୍ଷରେ ଅନୁପମ, ଛୁଟୁଛି ଶୁଭେଚ୍ଛାର ସୁଅ
1982 ମସିହାରେ ଅନୁପମ "AAGAMAN' ସହିତ ହିନ୍ଦୀ ସିନେମାରେ ଡେବ୍ୟୁ କରିଥିଲେ । ହିନ୍ଦୀ ସିନେମା ବ୍ୟତୀତ ସେ ମାଲାୟାଲମ, ଚାଇନିଜ୍, ତାମିଲ୍, ତେଲୁଗୁ, ପଞ୍ଜାବୀ, କନ୍ନଡ, ମରାଠୀ ଏବଂ ଇଂରାଜୀ ଭଳି ବିଭିନ୍ନ ଭାଷାରେ 500ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ନିଜ ପ୍ରତିଭା ପାଇଁ ସେ ଷ୍ଟାର୍ ସ୍କ୍ରିନ୍ ପୁରସ୍କାରରେ ଶ୍ରେଷ୍ଠ ସହାୟକ ଅଭିନେତା ପୁରସ୍କାର ଲାଭ କରିଥିଲେ ।
ତାଙ୍କ ବିଶେଷ ଦିନରେ, ତାଙ୍କୁ ଇଟିଭି ଭାରତ ତରଫରୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ।