ଓଡିଶା

odisha

ETV Bharat / sitara

46 ବର୍ଷରେ ନୀଳନୟନା, ଆଜିବି ସୌନ୍ଦର୍ଯ୍ୟରେ ଦେଉଛନ୍ତ ମାତ୍ - aishwarya and abhishek lovestory

ଆଜି ଧୁମଧାମରେ ନିଜର 46ତମ ଜନ୍ମଦିନ ପାଳନ କରୁଛନ୍ତି ଐଶ୍ବର୍ଯ୍ୟା ରାୟ ବଚ୍ଚନ । ବିବାହ ପାଇଁ ଅଭିଷେକ ବଚ୍ଚନଙ୍କୁ କରିଥିଲେ ପ୍ରପୋଜ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Nov 1, 2019, 3:52 PM IST

ମୁମ୍ବାଇ: ବି-ଟାଉନର ନୀଳନୟନା ଐଶ୍ବର୍ଯ୍ୟା ରାୟ ବଚ୍ଚନ ଆଜି ମଧ୍ୟ ନିଜ ସୌନ୍ଦର୍ଯ୍ୟରେ ଲକ୍ଷ ଲକ୍ଷ ଦର୍ଶକଙ୍କୁ ଘାଇଲା କରୁଛନ୍ତି । ଦମଦାର ଅଭିନୟ ଜରିଆରେ ସେ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ସ୍ଥାପନ ମଧ୍ୟ କରିପାରିଛନ୍ତି । ଆଜି ତାଙ୍କୁ କୌଣସି ପରିଚୟର ଆବଶ୍ୟକ ନାହିଁ । ବଲିଉଡର ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ଆଜି 46ତମ ଜନ୍ମଦିନ । ଏହି ଅବସରରେ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମିତ ଐଶ ଫିଲ୍ମ ଷ୍ଟାର ପରିବର୍ତ୍ତେ ଆର୍କିଟେକ୍ଟ ହେବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ଭାଗ୍ୟାରେ ଫିଲ୍ମ ଷ୍ଟାର ହେବାର ଥିଲା । ପ୍ରଥମେ ସେ ମଡେଲ ରୂପେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ମିସ ୱାର୍ଲ୍ଡର ମୁକୁଟ ପିନ୍ଧିଥିବା ଐଶ ‘ତାଲ’, ‘ହମ ଦିଲ ତେ ଚୁକେ ସନମ’, ‘ଧୁମ’, ‘ଗୁରୁ’ ଓ ‘ରୋବୋଟ’ ଭଳି ସୁପରହିଟ୍ ଫିଲ୍ମରେ ଜବରଦସ୍ତ ଅଭିନୟ କରି ଦର୍ଶକଙ୍କୁ ଦିୱାନା କରିଦେଇଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ଐଶଙ୍କ ପିତା କୃଷ୍ଣାରାଜ ବାୟୋଲଜିଷ୍ଟ ଥିଲେ । ମା' ଜଣେ ଗୃହଣୀ ଥିଲେ । ସେହିପରି ତାଙ୍କ ଭାଇ ଆଦିତ୍ୟ ମର୍ଚେଣ୍ଟ ନେଭିରେ କାମ କରୁଛନ୍ତି । ଐଶ ସ୍କୁଲରେ ପଢୁଥିବା ବେଳେ ତାଙ୍କ ପରିବାର ମାଙ୍ଗାଲୋରରୁ ମୁମ୍ବାଇ ସିଫ୍ଟ ହୋଇଯାଇଥିଲେ । ଏହାପରେ ସେ ଗୋଟିଏ ବର୍ଷ ଜୟ ହିନ୍ଦୀ କଲେଜରେ ପାଠ ପଢା ଶେଷ କରିଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମଡେଲିଂ ପାଇଁ ପାଦ ବଢାଇସାରିଥିବା ଐଶ 1991ରେ ସୁପରମଡେଲ ପ୍ରତିଯୋଗିତା ଜିତିଥିଲେ । ଫୋର୍ଡ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାଙ୍କୁ ଜିତିବା ପରେ ଐଶ ଭୋଗ ମାଗାଜିନର ଆମେରିକାନ ସଂସ୍କରଣରେ ସ୍ଥାନ ପାଇଥିଲେ । ଏହାପରେ ସେ ସଫଳତା ସିଡି ଦେଇ ଗତି କରିବାରେ ଲାଗିଥିଲେ । 1993ରେ ସପୁରଷ୍ଟାର ଆମୀର ଖାନଙ୍କ ସହ ପେପ୍ସୀ ବିଜ୍ଞାପନରେ ଆସି ଐଶ ରାତାରାତି ଫେମସ ହୋଇଯାଇଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

1994ରେ ମିସ ୱାର୍ଲ୍ଡର ମୁକୁଟ ପିନ୍ଧି ଦେଶକୁ ଗର୍ବିତ କରିଥିଲେ ସେ । 1997ରେ ଆସିଥିବା ମଣିରତ୍ନଙ୍କ ତାମିଲ ଫିଲ୍ମ ‘ଇରୁଭର’ରୁ ସେ ଅଭିନୟରେ ପଦାର୍ପଣ କରିଥିଲେ । ଏହି ଫିଲ୍ମରେ ସେ ଡବଲ ରୋଲରେ ଅଭିନୟ କରିଥିଲେ । ସେ ତାମିଲ ଭାଷା ଜାଣିନଥିବାରୁ ତାଙ୍କ ଡାଇଲଗ ଅନ୍ୟ ଜଣେ ଆର୍ଟିଷ୍ଟ ଡବିଂ କରୁଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ସେହି ବର୍ଷ ସେ ହିନ୍ଦୀ ଫିଲ୍ମ ‘ଔର ପ୍ୟାର ହୋ ଗାୟା’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ତାଙ୍କ ସହ ଏହି ଫିଲ୍ମରେ ବବି ଦେଓଲ ଅଭିନୟ କରିଥିଲେ । ହୁଏତଃ ତାଙ୍କ ଏହି ଫିଲ୍ମ ଫ୍ଲପ ହୋଇଯାଇଥିଲା କିନ୍ତୁ ତାଙ୍କ ଅଭିନୟର ପ୍ରଶଂସା ଖୁବ୍ କରାଯାଇଥିଲା । ଏହାପରେ ତାଙ୍କୁ ତାମିଲ, ତେଲୁଗୁ, ବଙ୍ଗୀୟ ଓ ଇଂରାଜୀ ଭାଷାର ଅନେକ ଫିଲ୍ମର ଅଫର ମିଳିଥିଲା ।

2000ରେ ଆସିଥିବା ସଞ୍ଜୟ ଲୀଲା ଭଂସାଲୀଙ୍କ ‘ହମ ଦିଲ୍ ଦେ ଚୁକେ ସନମ’ ଐଶଙ୍କ ଜୀବନର ଟର୍ନିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା । ଏହି ଫିଲ୍ମରେ ତାଙ୍କ ଅପୋଜିଟ ଅଭିନୟ କରିଥିବା ସୁପରଷ୍ଟାର ସଲମାନ ଖାନଙ୍କୁ ମଧ୍ୟ ଖୁବ୍ ପ୍ରଶଂସା ମିଳିଥିଲା । ଏହାପରେ ସଲମାନ ଓ ଐଶଙ୍କ ରିଲେସନଶିପ ଚର୍ଚ୍ଚାର ବିଷୟ ପାଲଟିଥିଲା । କିନ୍ତୁ ବେଶୀ ଦିନ ଦୁଇଜଣ ରିଲେସନଶିପରେ ରହିପାରିନଥିଲେ । ଆଉ ପରେ ଦୁଇଜଣ ପରସ୍ପର ଠାରୁ ବ୍ରେକଅପ କରିନେଇଥିଲେ । ଏହାପରେ ଐଶଙ୍କ ଜୀବନରେ ଆସିଥିଲେ ଅଭିନେତା ଅକ୍ଷୟ ଖନ୍ନା ତାଙ୍କ ସହ ମଧ୍ୟ କିଛି ଦିନ ସମ୍ପର୍କରେ ରହିବାପରେ ବ୍ରେକଅପ କରିନେଇଥିଲେ ଐଶ । ଆଉ 2007ରେ ଅଭିଷେକ ବଚ୍ଚନଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ ଐଶ । ପୂର୍ବରୁ ତାଙ୍କୁ ପ୍ରେମ କରୁଥିବା ଅଭିଷେକ 2007 ଏପ୍ରିଲ 20ରେ ତାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ABOUT THE AUTHOR

...view details