ତାଙ୍କ ଶବ୍ଦରେ ରହିଛି ସହନଶୀଳତା । ତାଙ୍କ ଆବାଜରେ ରହିଛି ପରିବର୍ତ୍ତନର ସ୍ବର । ସେ ସାହାସୀ ତ କେତେବେଳେ ସେ ଆକ୍ରମଣାତ୍ମକ ..ତଥାପି ତାଙ୍କର ହୃଦୟ କୋମଳ । ମଲ୍ଟି ଟ୍ୟାଲେଣ୍ଟଡେ ଫରହାନ ଅଖତରଙ୍କୁ ଆଜି ପୁରୁଛି 44 ବର୍ଷ । ଏବର୍ଷ ଫରହାନଙ୍କ ଜନ୍ମଦିନ ସମୟରେ ହିଁ ଦେଶରେ ସାମାଜିକ ଓ ରାଜନୈତିକ ମାହୋଲ ଅଶାନ୍ତ ରହିଛି । ଆଉ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି।
ଭିଡିଓ ସୌଜନ୍ୟ: ଇଟିଭି ଭାରତ. ବ୍ୟୁରୋ ଫରହାନଙ୍କ ଭଳି ବ୍ୟକ୍ତିତ୍ବଙ୍କ ଆବଶ୍ୟକ ଆଜିର ସମୟରେ କାହିଁକି ରହିଛି ତାହା ଆମେ ତାଙ୍କ ଜନ୍ମଦିନରେ ଜଣାଇବୁ । ସହାନୁଭୁତି ଭଳି ଶବ୍ଦ ଫରହାନ ନିଜ ମାତ-ପିତା ଜାଭେଦ ଅଖତର ଓ ହନି ଇରାନୀଙ୍କ ଠାରୁ ଶିଖିଛନ୍ତି । ବୟସ ଏବଂ ସମୟ ସହ ସେ ନିଜକୁ ସଫଳ କରିଦେଖାଇଛନ୍ତି ।
ବଲିଉଡର ବହୁ ଅଭିନେତାଙ୍କ ମଧ୍ୟରେ ଫରହାନ ଭିନ୍ନ। ଯିଏ ଫିଲ୍ମ ବ୍ୟତୀତ ସାମାଜିକ ପ୍ରସଙ୍ଗରେ ସବୁବେଳେ ନିଜ ପ୍ରତିକ୍ରିୟା ରଖନ୍ତି । ତାହା ମହିଳାଙ୍କ ସୁରକ୍ଷା ହେଉ କିମ୍ବା ସିଏଏ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ । ଫରହାନ ସବୁବେଳେ ନିଜ ପ୍ରଶଂସକଙ୍କୁ ନିଜ ମତାମତ ଜଣାଇଛନ୍ତି ।
2004ରେ ଫରହାନ ମର୍ଦ(men against rape and discrimination) ଲଞ୍ଚ କରିଥିଲେ । ଏହି ଅଭିଯାନ ଜରିଆରେ ଫରହାନ ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ, ଲିଙ୍ଗ ଭେଦଭାବ ସହ ସମାଜିକ ସଚେତନ ପାଇଁ ସ୍ବର ଉଠାଇଥିଲେ ।
ଯେବେ ତାଙ୍କ ମାଉସୀ ପୁଅ ଭାଇ ସାଜିଦ ଖାନଙ୍କ ନାମ ମିଠୁ ଅଭିଯାନରେ ଆସିଲା ବଲିଉଡର ପ୍ରଥମ ବ୍ୟକ୍ତି ଭାବେ ଫରହାନ ନିଜ ଭାଇ ବିରୁଦ୍ଧରେ ସ୍ବର ଉଠାଇଥିଲେ । ଫିଲ୍ମ ନିର୍ମାତା ଭାଇ ସାଜିଦ ଯଦି ଯୌନ ଶୋଷଣ କରିଛନ୍ତି ତେବେ ତାଙ୍କୁ ଦଣ୍ଡ ମିଳିବା ଉଚିତ ବୋଲି କହିଥିଲେ ଫରହାନ । ସେ ଜଣେ ସାହାସୀ, ଉଦାରବାଦୀ । ଯିଏ ଧର୍ମନିରପକ୍ଷତାର ବାସ୍ତବ ଭାବନା ଉପରେ ବିଶ୍ବାସ ରଖନ୍ତି ।
ସୋସିଆଲ ମିଡିଆ ଯୁଗରେ ଫରହାନଙ୍କ ଶବ୍ଦ ଠାରୁ ଅଧିକ ତାଙ୍କ କାମ କଥା କୁହେ । ଏହି ଗୁଣ ପାଇଁ ସେ ଟ୍ରୋଲର ଶିକାର ହୋଇ ମଧ୍ୟ ପ୍ରଶଂସା ସାଉଁଟିଛନ୍ତି । ବିଶେଷ କରି ମହିଳାଙ୍କ ପ୍ରତି ତାଙ୍କର ପଦକ୍ଷେପ ଓ ବିଚାରଧାରା ବେଶ ଗ୍ରହଣଯୋଗ୍ୟ । ଏଭଳି ଜଣେ ଶାନଦାର ବ୍ୟକ୍ତିତ୍ବ ଅଭିନେତାଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।