ଓଡିଶା

odisha

ETV Bharat / sitara

ବେସନ ଲଡୁ ତିଆରିରେ ବ୍ୟସ୍ତ ବିପାଶା

ସ୍ବାଦିଷ୍ଟ ବେସନ ଲଡୁ ତିଆରି କରି ଚର୍ଚ୍ଚାରେ ସେକ୍ସୀ ବିପାଶା ବାସୁ। ଆସନ୍ତା 30 ତାରିଖରେ ସେଲିବ୍ରେଟ କରିବେ ମ୍ୟାରେଜ ଆନିଭର୍ସରୀ।

By

Published : Apr 28, 2020, 2:53 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିପାଶା ବାସୁ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିପାଶା ବାସୁ

ମୁମ୍ବାଇ: ବି-ଟାଉନର ହଟ୍ ଗାର୍ଲ ବିପାଶା ବାସୁ ଲକଡାଉନ ପାଇଁ ରୋଷେୟା ସାଜିଛନ୍ତି । ସେ ମଧ୍ୟ ସେଫ ଟୋପି ପିନ୍ଧିଛନ୍ତି। ପ୍ରଥମଥର ବେସନ ଲଡୁ ନିର୍ମାଣ କରି ସମସ୍ତଙ୍କୁ ସରପ୍ରାଇଜ ଦେଇଛନ୍ତି । ଖାସ୍ କଥା ହେଲା ଯେ ସେ ଏହି ଲଡୁ ସ୍ବାମୀ ତଥା ଅଭିନେତା କରନ ସିଂ ଗ୍ରୋଭରଙ୍କ ପାଇଁ ତିଆରି କରିଛନ୍ତି। ସେ ଆଗାମୀ ବିବାହ ବାର୍ଷିକ ପାଇଁ କରନଙ୍କ ପସନ୍ଦୀୟ ବେସନ ଲଡୁ ତିଆରି କରି ତାଙ୍କୁ ଖୁସି କରିଦେଇଛନ୍ତି।

ଲଡୁ ତିଆରି କରିବାର ଏକ ଭିଡିଓ ବିପାଶା ଇନଷ୍ଟାଗ୍ରାମରେ ସେୟାର କରି ଜଣାଇଛନ୍ତି ବେସନ ଲଡୁ ରେସିପି ସେ ମଲାଇକା ଅରୋରାଙ୍କଠୁ ଶିଖିଛନ୍ତି। ପାଖାପାଖି ଦେଢ ମିନିଟର ଏହି ଭିଡିଓରେ କରନ ମଧ୍ୟ ପତ୍ନୀଙ୍କ ଏହି ଅନ୍ଦାଜରେ ଖୁବ୍ ଖୁସି ନଜର ଆସୁଛନ୍ତି।

ସେହିପରି ସେ କ୍ୟାପସନରେ ଲେଖିଛନ୍ତି, ‘ଚତୁର୍ଥ ମଙ୍କିଭର୍ସରୀରେ ମଙ୍କି ପାଇଁ ତାଙ୍କ ଫେଭରେଟ ବେସନ ଲଡୁ ତିଆରି କରୁଛି।’ ପ୍ରକାଶ ଥାଉକି ଏହି ଯୋଡିଙ୍କ ଚତୁର୍ଥ ବିବାହ ବାର୍ଷିକ ଆସନ୍ତା 30 ତାରିଖରେ ପାଳନ କରିବେ। 2015ରେ ଆସିଥିବା ଫିଲ୍ମ ‘ଏଲୋନ’ର ସେଟରେ ଦୁଇଜଣଙ୍କ ସାକ୍ଷାତ ହୋଇଥିଲା । ଆଉ 2016ରେ ବଙ୍ଗୀୟ ରୀତିନୀତିରେ ଦୁଇଜଣ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ABOUT THE AUTHOR

...view details