ଓଡିଶା

odisha

Bipasha Basu Birthday: ଫିଲ୍ମ ଜଗତରୁ ଦୂରେଇ ଯାଇଛନ୍ତି ବିପାଶା, ତଥାପି ସ୍ବାମୀଙ୍କଠାରୁ ଏତେ ଗୁଣା ଧନୀ

By

Published : Jan 7, 2022, 11:01 PM IST

ବଲିଉଡ ଅଭିନେତ୍ରୀ ବିପାଶା ବସୁଙ୍କର ଆଜି ଜନ୍ମଦିନ । ବିପାଶା ଆଜି ତାଙ୍କର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ୧୯୭୯ ମସିହା ଜାନୁଆରୀ ୭ ତାରିଖରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ବିପାଶା ବସୁ ଏବେ ଫିଲ୍ମ ଜଗତରୁ ଦୂରେଇ ରହିଛନ୍ତି । ଅଧିକ ପଢନ୍ତୁ

ଫିଲ୍ମ ଜଗତରୁ ଦୂରେଇ ଯାଇଛନ୍ତି ବିପାଶା, ତଥାପି ସ୍ବାମୀଙ୍କଠାରୁ ଏତେ ଗୁଣା ଧନୀ
ଫିଲ୍ମ ଜଗତରୁ ଦୂରେଇ ଯାଇଛନ୍ତି ବିପାଶା, ତଥାପି ସ୍ବାମୀଙ୍କଠାରୁ ଏତେ ଗୁଣା ଧନୀ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ବିପାଶା ବସୁଙ୍କର ଆଜି ଜନ୍ମଦିନ । ବିପାଶା ଆଜି ତାଙ୍କର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ୧୯୭୯ ମସିହା ଜାନୁଆରୀ ୭ ତାରିଖରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ବିପାଶା ବସୁ ଏବେ ଫିଲ୍ମ ଜଗତରୁ ଦୂରେଇ ରହିଛନ୍ତି । ୬ ବର୍ଷ ଧରି ଫିଲ୍ମରେ ନଜର ଆସିନାହାନ୍ତି ବିପାଶା ବସୁ । ୨୦୧୫ରେ ଶେଷ ଥର ପାଇଁ ଫିଲ୍ମ 'ଏଲୋନ୍' ରେ ନଜର ଆସୁଥିଲେ । ଏହି ଫିଲ୍ମରେ ତାଙ୍କ ସହ କରଣ ସିଂହ ଗ୍ରୋଭର କାମ କରିଥିଲେ, ଯିଏକି ପରେ ତାଙ୍କ ସ୍ବାମୀ ହେଲେ । ବିପାଶା ବସୁଙ୍କ ପାଖରେ ଯଦିଓ ଅନେକ ବର୍ଷ ଧରି କୌଣସି କାମ ନ ଥାଇପାରେ, କିନ୍ତୁ ସେ କାହାଠାରୁ କମ୍ ବି ନୁହଁନ୍ତି । ସମ୍ପତ୍ତି ଦୃଷ୍ଟିରୁ ବିପାଶା ତାଙ୍କ ସ୍ବାମୀ କରଣ ସିଂ ଗ୍ରୋଭରଙ୍କଠାରୁ ବହୁତ ଆଗରେ ଅଛନ୍ତି। ଖବର ଅନୁଯାୟୀ ସ୍ବାମୀ କରଣଙ୍କଠାରୁ 7 ଗୁଣ ଅଧିକ ଧନୀ ଅଟନ୍ତି ବିପାଶା ।

@bipashabasu

ସେଲିବ୍ରିଟି ନେଟଓ୍ବର୍ଥ ରିପୋର୍ଟ ମୁତାବକ, ବିପାଶା ବସୁଙ୍କ ସମ୍ପତ୍ତି ମୂଲ୍ୟ 15 ମିଲିୟନ୍ ଡଲାର ଅର୍ଥାତ୍ ପ୍ରାୟ 111 କୋଟି ଟଙ୍କା ଥିବାବେଳେ ସ୍ବାମୀ କରଣ ସିଂ ଗ୍ରୋଭରଙ୍କ ସମ୍ପତ୍ତି ମୂଲ୍ୟ ତୁଳନାରେ 2 ମିଲିୟନ୍ ଡଲାର ବା ମାତ୍ର 15 କୋଟି ଟଙ୍କା। ବିପାଶାଙ୍କ ପାଖରେ ବର୍ତ୍ତମାନ ଫିଲ୍ମ ନ ଥାଇପାରେ, କିନ୍ତୁ ତାଙ୍କର ଅନେକ କମ୍ପାନୀର ବିଜ୍ଞାପନ ଅଛି ।

ବିପାଶା ବସୁ ଫିଟନେସ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ Reebok, Fa Deodorant, Gili Jewellery, Cadila Sugar Free Gold, Head & Shoulders Smooth ସମେତ ଅନେକ ଆଡ୍ କମ୍ପାନୀରେ କାମ କରିଛନ୍ତି । ବିପାଶା ବସୁଙ୍କ ପାଖରେ ମୁମ୍ବାଇର ପାଶ୍ ଅଞ୍ଚଳରେ ୨ଟି ଘର ରହିଛି । ଯାହାର ମୂଲ୍ୟ କୋଟିଏ ଟଙ୍କା । ଏହା ବ୍ୟତୀତ କୋଲକତାରେ ମଧ୍ୟ ତାଙ୍କର ଗୋଟିଏ ଘର ଅଛି । କାର୍ କଲେକ୍ସନ କଥା କହିବା ତ ବିପାଶାଙ୍କ ପାଖରେ audi7, porsche, Volkswagen Beetle ଭଳି ଲଗଜରୀ କାର୍ ଅଛି ।

ବିପାଶା ବସୁ ଅନେକ ଷ୍ଟେଜ ସୋ' ମଧ୍ୟ କରିଛନ୍ତି, ଯାହା ପାଇଁ ସେ ପ୍ରାୟ ୨ କୋଟି ଟଙ୍କା ପ୍ରତି ସୋ' ପାଇଁ ଚାର୍ଜ କରନ୍ତି । ବିପାଶା ୪୦ରୁ ଉର୍ଦ୍ଧ୍ବ ମାଗାଜିନ୍‌ର କଭର ପେଜରେ ନଜର ଆସିସାରିଛନ୍ତି । କେବଳ ଏତିକି ନୁହେଁ ଯେତେବେଳେ ବିପାଶାଙ୍କ ପାଖରେ ଫିଲ୍ମ ଥିଲା, ସେତେବେଳେ ଗୋଟିଏ ଫିଲ୍ମ ପିଛା ୨ରୁ ୩ କୋଟି ଚାର୍ଜ କରୁଥିଲେ । ମିଡିଆ ରିପୋର୍ଟ ମୁତାବକ, ବିପାଶା ଏବଂ କରଣ ସିଂହ ଗ୍ରୋଭର ଫିଲ୍ମ 'ଆଦତ'ରେ ଏକାଠି ନଜର ଆସିପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details