ପାଟନା: ପାଟନା ସିଟି ଏସପି ବିନୟ ତିୱାରୀ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ବୟାନ ଦେଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ସୁଶାନ୍ତଙ୍କ ପିତା କେକେ ସିଂ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ, ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ନାମରେ ଏଫଆଇଆର ରୁଜୁ କରିଥିଲେ । ଏହି ଏଫଆଇରଆଇ ଉପରେ ପ୍ରତିକ୍ରିୟା ଦେଇଛନ୍ତି ବିନୟ।
ସୁଶାନ୍ତଙ୍କ ମାମଲାରେ ବୟାନ ଦେଲେ ପାଟନା ସିଟି ଏସପି - ସୁଶାନ୍ତଙ୍କ ମାମଲାରେ ବୟାନ ଦେଲେ ବିହାର ସିଟି ଏସପି
ଏବେ ମୁମ୍ବାଇ ପୋଲିସ ସହ ମିଶି ବିହାର ପୋଲିସ ସୁଶାନ୍ତଙ୍କ ମାମଲାରେ ତଦନ୍ତ ଆରମ୍ଭ କରିଛି । ଯାହା ପାଇଁ ବିହାରରେ ଗଠନ ହୋଇଥିବା ଏକ ଟିମକୁ ମୁମ୍ବାଇ ପଠାଯାଇଛି ।
ସେ ଜଣାଇଛନ୍ତି ଯେ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ ପାଇଁ ଗଠନ କରାଯାଇଥିବା ଟିମ ବର୍ତ୍ତମାନ ତଦନ୍ତ ଆରମ୍ଭ କରିଦେଇଛି । ଆଉ ଆଇଜି ନିଜେ ମଧ୍ୟ ଏହାକୁ ମନିଟରିଂ କରୁଛନ୍ତି । ଯଦି ଆବଶ୍ୟକ ପଡିବ ତେବେ ମହିଳା ପୋଲିସକୁ ମୁମ୍ବାଇ ପଠାଯିବ । ସେହିପରି ବିହାର ପୋଲିସ ଯେଉଁ ବ୍ୟାଙ୍କରେ ସୁଶାନ୍ତଙ୍କ ଆକାଉଣ୍ଟ ଥିଲା ସେଠାକୁ ଯିବ । ଆଉ ମୁମ୍ବାଇ ପୋଲିସ ନିଜ ତଦନ୍ତ ସମୟସୀମା ଆହୁରି ବଢାଇବାକୁ ଯାଉଛି।
ପ୍ରକାଶ ଥାଉକି ସୁଶାନ୍ତଙ୍କ ପିତା ନିଜ ଅଭିଯୋଗରେ ଲେଖିଛନ୍ତି ଯେ ରିଆ ସୁଶାନ୍ତଙ୍କୁ ବ୍ଲାକମେଲ କରୁଥିଲେ । ତାଙ୍କ ପରିବାରଠୁ ଦୂରେଇ ରଖୁଥିଲେ । ଖାଲି ଏତିକି ନୁହେଁ ସେ ସୁଶାନ୍ତଙ୍କଠୁ କୋଟି କୋଟି ଟଙ୍କା ମଧ୍ୟ ଲୁଟିଥିଲେ ।