ମୁମ୍ବାଇ: ‘ବିଗ ବସ 13’ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ନୂଆ ମ୍ୟୁଜିକାଲ ଭିଡିଓ ‘ଦିଲ କୋ କରାରା ଆୟା’ ରିଲିଜ ହୋଇଯାଇଛି । ଦୀର୍ଘ ସମୟରୁ ଏହି ମ୍ୟୁଜିକ ଭିଡିଓ ଦେଖିବାକୁ ବ୍ୟାକୁଳ ଥିଲେ ଫ୍ୟାନ୍ସ । ହେଲେ ଏଥର ସିଦ୍ଧାର୍ଥଙ୍କ ସହ ଚୁଲବୁଲି ପଞ୍ଜାବୀ ଅଭିନେତ୍ରୀ ସେହନାଜ ନଜର ଆସୁନାହାଁନ୍ତି । କାରଣ ତାଙ୍କ ସ୍ଥାନ ନେଇଛନ୍ତି ଫେମସ ଅଭିନେତ୍ରୀ ନେହା ଶର୍ମା। ଭିଡିଓରେ ଦୁଇଜଣଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳୁଛି।
ସେହନାଜଙ୍କୁ ଛାଡି ନେହାଙ୍କ ପ୍ରେମରେ ସିଦ୍ଧାର୍ଥ, ଭାଇରାଲ ଭିଡିଓ - ମ୍ୟୁଜିକାଲ ଭିଡିଓ ‘ଦିଲ କୋ କରାରା ଆୟା’ ରିଲିଜ
ରିଲିଜ ହେଲା ସିଦ୍ଧାର୍ଥଙ୍କ ନୂଆ ମ୍ୟୁଜିକାଲ ଭିଡିଓ । ହେଲେ ସେହନାଜ ନୁହେଁ ଅଭିନେତ୍ରୀ ନେହାଙ୍କ ସହ ଦେଖିବାକୁ ମିଳିଲା ତାଙ୍କ ଲଭ କେମେଷ୍ଟ୍ରି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସିଦ୍ଧାର୍ଥ ଶୁକ୍ଲା
ସେହିପରି ଏହି ରୋମାଣ୍ଟିକ ଗୀତ ଗାଇଛନ୍ତି ୟାସୀର ଦେସାଇ ଓ ନେହା କକ୍କର । ମ୍ୟୁଜିକ ରଜତ ନାଗପାଲ ଦେଇଥିବା ବେଳେ ଲିରିକ୍ସ ଲେଖିଛନ୍ତି ରାଣା । ଗୀତକୁ ସ୍ନେହା ସେଟ୍ଟୀ କୋହିଲ ନିର୍ଦ୍ଦେଶିତ କରିଛନ୍ତି ।
ପ୍ରକାଶ ଥାଉକି ‘ଦିଲ କୋ କରାରା ଆୟା’ ଜରିଆରେ ସିଦ୍ଧାର୍ଥ ଓ ନେହା ପ୍ରଥମଥର ଏକାଠି ପରଦାରେ କାମ କରିଛନ୍ତି । ମନସୁନରେ ନିଜ ପାର୍ଟନରକୁ ଏହି ରୋମାଣ୍ଟିକ ଗୀତ ଡେଡିକେଟ କରିବା ଏକଦମ ପରଫେକ୍ଟ ଚଏସ ।