ମୁମ୍ବାଇ:ବିଗବସ ୧୫ର ୱିକେଣ୍ଡ କା ବାର୍ରେ କାନ୍ଦିଲେ ସମିତା ସେଟ୍ଟୀ । ସହ-ପ୍ରତିଯୋଗୀ ରାକ୍ଷୀ ସାୱନ୍ତ ତାଙ୍କ ଅସୁସ୍ଥତାକୁ ନେଇ ମଜାକ୍ ଉଡ଼ାଇବା ପରେ ସମିତା କାନ୍ଦୁଥିବା ଆସିଛନ୍ତି ନଜର । ଏହାସହିତ ଶୋ' ମଧ୍ୟରୁ ଉଠି ପଳାଇ ଯାଇଥିବା ଦେଖିବାକୁ ମିଳିଛି ।
ଶୋ'ର ପ୍ରୋମୋ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ସମିତାଙ୍କ ପରିବାର ଦ୍ବାରା ପଚରାଯାଇଥିବା ପ୍ରଶ୍ନକୁ ସଲମାନ ସମିତାଙ୍କୁ ପଚାରିଛନ୍ତି । ସମିତାଙ୍କ କାନ୍ଧରେ ଆଘାତ ଲାଗିଥିବାବେଳେ ସେ କିପରି ନିଜର କେଶକୁ ଶୁଖାଉଛନ୍ତି ବୋଲି ପ୍ରଶ୍ନ ପଚାରିଥିଲେ । ଏହି ବାର୍ତ୍ତାଳାପ ମଧ୍ୟରେ ରାକ୍ଷୀ ସମିତାଙ୍କ ନକଲ କରି ମଜାକ୍ ଉଡ଼ାଇବା ସହିତ ହସିଥିଲେ ମଧ୍ୟ । ଏଥିରେ ସଲମାନ ମଧ୍ୟ ହସିଥିବା ଦେଖିବାକୁ ମିଳିଥିଲା । ସମିତା ନିଜର ମଜାକ୍ ବନୁଥିବା ଦେଖି କ୍ରୋଧାନ୍ବିତ ହୋଇଥିଲେ ଏବଂ କାନ୍ଦୁଥିବା ନଜର ଆସିଛନ୍ତି ।