ମୁମ୍ବାଇ: ଆସନ୍ତା ସୋମବାର ୫୬ ବର୍ଷ ବୟସରେ ପାଦ ଥାପିବେ ବଲିଉଡ଼ ଭାଇଜାନ ସଲମାନ ଖାନ । ଜନ୍ମଦିନ ପୂର୍ବରୁ ପ୍ରି-ବର୍ଥଡେ' ପାଳିଛନ୍ତି ଏହି ସୁପରଷ୍ଟାର । ଫିଲ୍ମ RRRର କଳାକାର ବିଗ ବସକୁ ପ୍ରମୋସନ ପାଇଁ ଆସିଥିବା ବେଲେ ଏହି ଟିମ ସହ ନିଜ ଜନ୍ମଦିନକୁ ଆଗୁଆ ପାଳିଛନ୍ତି ସଲମାନ ।
ଏହା ବି ପଢନ୍ତୁ: ବଏଫ୍ରେଣ୍ଡଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରକୁଲ, ଲେଖିଲେ ପ୍ରେମଭରା ପୋଷ୍ଟ
ଏହି ଦୃଶ୍ୟକୁ ଦର୍ଶକମାନେ ଆଗକୁ ଆସୁଥିବା ଏପିସୋଡ଼ରେ ଦେଖିବାକୁ ପାଇବେ । ଏଥିରେ ଅଭିନେତ୍ରୀ ଆଲିଆ ଭଟ୍ଟ, ଜୁନିଅର NTR, ରାମ ଚରଣ ଓ ନିର୍ଦ୍ଦେଶକ ଏସ ଏସ ରାଜମୌଲୀ ପ୍ରମୁଖ ଉପସ୍ଥିତ ଥିଲେ । ଆଲିଆ ନିଜ ଅନ୍ଦାଜରେ ସଲମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଆଲିଆ ଏହି ଏପିସୋଡ଼ରେ ହୋଷ୍ଟ କରି ଶୋ' ଆରମ୍ଭ କରିଥିବା ବେଳେ ସଲମାନଙ୍କୁ ବର୍ଥ ଡେ' ଗୀତ ଗାଇ ଶୁଭେଚ୍ଛା ଜଣାଇଥିଲେ ।