ଓଡିଶା

odisha

ETV Bharat / sitara

ରିଆ-ମହେଶଙ୍କ ପାଇଁ ଦୁଃଖିତ ବିଗ ବସ 13 ପ୍ରତିଯୋଗୀ ତହସୀନ - ଚର୍ଚ୍ଚାରେ ‘ବିଗ ବସ 13’ରେ ନଜର ଆସିଥିବା ତହସୀନ

ଟ୍ବିଟ କରି ଚର୍ଚ୍ଚାରେ ‘ବିଗ ବସ 13’ରେ ନଜର ଆସିଥିବା ତହସୀନ। ସେ ରିଆଙ୍କୁ ସମର୍ଥନ କରି ଦୁଃଖ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jul 30, 2020, 8:12 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ସୁଇସାଇଡ ମାମଲା ପରିବାରବାଦରୁ ହଟି ଏବେ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ଉପରକୁ ଆସିଯାଇଛି । ସୁଶାନ୍ତଙ୍କ ପିତା ନିକଟରେ ରିଆଙ୍କ ବିରୋଧରେ ବିହାରରେ ଏଫଆଇଆର ରୁଜୁ କରି ଅନେକ ଅଭିଯୋଗ ଲଗାଇଥିଲେ । ଏହି ମାମଲାରେ ଏବେ ମୁମ୍ବାଇ ପୋଲିସ ସହ ବିହାର ପୋଲିସ ମିଶି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ଟ୍ରୋଲର୍ସଙ୍କ ଟାର୍ଗେଟରେ ଥିବା ରିଆଙ୍କୁ ଏବେ ଆହୁରି ସମାଲୋଚନାର ଶିକାର ହେବାକୁ ପଡିଛି । ଇତିମଧ୍ୟରେ ତାଙ୍କୁ ସମର୍ଥନ କରୁଥିବାର ନଜର ଆସୁଛନ୍ତି ‘ବିଗ ବସ 13’ ପ୍ରତିଯୋଗୀ ତହସୀନ ପୁନାୱାଲା ।

ସେ ରିଆଙ୍କ ସହ ଭଟ୍ଟ ପରିବାରକୁ ମଧ୍ୟ ସମର୍ଥନ କରିଛନ୍ତି । ବଲିଉଡ ପ୍ରଯୋଜକ ତନୁଜ ଗର୍ଗଙ୍କ ଟ୍ବିଟର ଜବାବ ଦେଇ ସେ ଲେଖିଛନ୍ତି, ‘ମୁଁ ରିଆଙ୍କ ପାଇଁ ଦୁଃଖ ଅନୁଭବ କରୁଛି । ଭାବନ୍ତୁ ରିଆଙ୍କୁ କଣ କଣ ସହିବାକୁ ପଡୁଥିବ। କେବଳ ରିଆ ନୁହେଁ ଭଟ୍ଟ ସାହେବ ଓ ଅନ୍ୟ ଲୋକ ଏହି ସମସ୍ୟା ଦେଇ ଗତି କରୁଛନ୍ତି।’

ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁରେ କ୍ରୋଧିତ ଥିବା ଫ୍ୟାନ୍ସ ସୋସିଆଲ ମିଡିଆରେ ରିଆଙ୍କୁ ସୁଶାନ୍ତଙ୍କ ହତ୍ୟାକାରୀ ମଧ୍ୟ କହିବା ଆରମ୍ଭ କରିଦେଇଛନ୍ତି । ସେହିପରି ନିକଟରେ ତାଙ୍କୁ ଦୁଷ୍କର୍ମ ଓ ହତ୍ୟାର ଧମକ ମଧ୍ୟ ମିଳିଥିଲା । ଯାହାର ଅଭିଯୋଗ ସେ ପୋଲିସରେ କରିଥିଲେ । ଆଉ ସୁଶାନ୍ତଙ୍କ କେସରେ ସିବିଆଇ ଯାଞ୍ଚ କରିବାକୁ ସେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ମଧ୍ୟ ଲେଖିଥିଲେ।

ABOUT THE AUTHOR

...view details