ଓଡିଶା

odisha

ବିଗ ବସ 13: ସିଦ୍ଧାର୍ଥଙ୍କ ସହ ସମ୍ପର୍କ ପ୍ରଶ୍ନରେ କାନ୍ଦିଲେ ସେହନାଜ

By

Published : Feb 5, 2020, 9:41 PM IST

ଜାରି ହେଲା ସଲମାନ ଖାନଙ୍କ ବିବାଦୀୟ ଶୋ ବିଗ ବସ 13 ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଏବେ ପ୍ରେସ ମିଟରେ ମିଡିଆଙ୍କ ପ୍ରଶ୍ନର ଉତ୍ତର ଦେବାରେ ଲାଗିଛନ୍ତି ପ୍ରତିଯୋଗୀ । ଯାହାର ପ୍ରୋମୋ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି ।

bigg boss 13
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଲର୍ସ ଚ୍ୟାନେଲ

ମୁମ୍ବାଇ: ବିଗ ବସ 13ର ଫେମସ ପ୍ରତିଯୋଗୀ ସେହନାଜ ଗିଲ ପୁଣି ଶୋରେ କାନ୍ଦିଲେ । ଏଥର ସେ ମିଡିଆଙ୍କ ପ୍ରଶ୍ନରେ କାନ୍ଦି ପକାଇଛନ୍ତି । ବିଗ ବସ 13ର ଗ୍ରାଣ୍ଡ ଫିନାଲେକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଅଛି । ଏହି ସମୟରେ ଶୋରେ ପ୍ରେସ ମିଟ ଚାଲିଛି । ଯେଉଁଥିରେ ମିଡିଆ ପ୍ରତିଯୋଗୀଙ୍କୁ କଡା ପ୍ରଶ୍ନ ପଚାରୁଥିବାର ନଜର ଆସୁଛନ୍ତି । ମିଡିଆ ସେହନାଜଙ୍କୁ ମଧ୍ୟ ଛାଡିନାହିଁନ୍ତି । ତାଙ୍କୁ ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଲାଙ୍କ ବିଷୟରେ ପ୍ରଶ୍ନ କରାଯାଇଥିଲା । ବର୍ତ୍ତମାନ ଭାଇରାଲ ହେଉଥିବା ଏକ ପ୍ରୋମୋ ଭିଡିଓରେ ଏହା ଦେଖିବାକୁ ମିଳୁଛି ।

ଭିଡିଓରେ ମିଡିଆ ସେହନାଜଙ୍କୁ ପ୍ରଶ୍ନ କରିଥିଲେ ଯେ ସିଦ୍ଧାର୍ଥଙ୍କ ସହ ଭାବୁକ ରୂପେ ସମ୍ପୃକ୍ତ ଅଛନ୍ତି ହେଲେ ଏବେ ସେ ସିଦ୍ଧାର୍ଥଙ୍କ ଶତ୍ରୁ ଗ୍ରୁପରେ ଯାଇ ବସି କମେଣ୍ଟ ମାରୁଛନ୍ତି । ଏହାସହ ତାଙ୍କ ବନ୍ଧୁତ୍ବ ପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରାଯାଇଥିଲା । କଣ ଗେମ ପାଇଁ ସେ ସିଦ୍ଧାର୍ଥଙ୍କ ସହ ଏମିତି କରୁଛନ୍ତି । ଏହି ମାମଲାରେ ସିଦ୍ଧାର୍ଥ ତାଙ୍କ ସହ ଯୁକ୍ତିତର୍କ ଆରମ୍ଭ କରି ଦେଇଥିଲେ ।

ଏହାପରେ ସେହନାଜ ଓ ସିଦ୍ଧାର୍ଥ ବାଥରୁମରେ ପାଖରେ ଲଢିବା ଆରମ୍ଭ କରିଦେଇଥିଲେ । ଲଢେଇ ପରେ ସେହନାଜ ଖୁବ୍ କାନ୍ଦି ଥିଲେ । ଆଉ ପ୍ରତିଯୋଗୀ ରଶ୍ମି ଦେସାଇଙ୍କ ସହ କଥାବାର୍ତ୍ତା କରି ଆହୁରି କାନ୍ଦି ଥିଲେ ।

ABOUT THE AUTHOR

...view details