ମୁମ୍ବାଇ: ପପୁଲାର ରିୟାଲିଟି ଶୋ' ବିଗବସ୍ । ଶୋ' ର ବଢୁଥିବା ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଏହାର ଫିନାଲେକୁ ଜାନୁଆରୀ ପରିବର୍ତ୍ତେ ଫେବୃଆରୀ ପର୍ଯ୍ୟନ୍ତ ବଢାଯାଇଛି। ମାତ୍ର ଘରେ ଉପସ୍ଥିତ ସଦସ୍ୟଙ୍କ କାର୍ଯ୍ୟକଳାପ ଦିନକୁ ଦିନ ଖରାପ ହେବାରେ ଲାଗିଛି । ଯେଉଁକାରଣରୁ ସଲମାନ ଅନେକଥର ପ୍ରତିଟି ସଦସ୍ୟଙ୍କୁ ନିଜର ଭୁଲ୍ ମଧ୍ୟ ଦେଖାଇଛନ୍ତି। ଆଉ ରବିବାର ‘ୱିକେଣ୍ଡ କା ୱାର’ରେ ମଧ୍ୟ ସେମିତି କିଛି ଦେଖିବାକୁ ମିଳିବ। ଯେଉଁଠି ସଲମାନ ସନାଙ୍କ ସହ ସିଦ୍ଧାର୍ଥଙ୍କୁ ଖୁବ୍ ଶୁଣାଇଛନ୍ତି।
ସନାଙ୍କ ଉପରେ ବର୍ଷିଲେ ସଲମାନ, ବାଦ ପଡିଲେନି ସିଦ୍ଧାର୍ଥ - ସଲମାନ ଖାନ୍
ସଲମାନ ଏଥର ନିଜର ପ୍ରିୟ କଣ୍ଟେସ୍ଟେଣ୍ଟ ଅର୍ଥାତ ସନାଙ୍କ ଉପରେ ଲାଗି ଯାଇଛନ୍ତି। ଅଧିକ ପଢନ୍ତୁ...
![ସନାଙ୍କ ଉପରେ ବର୍ଷିଲେ ସଲମାନ, ବାଦ ପଡିଲେନି ସିଦ୍ଧାର୍ଥ ସନାଙ୍କ ଉପରେ ବର୍ଷିଲେ ସଲମାନ, ବାଦ ପଡିଲେନି ସିଦ୍ଧାର୍ଥ](https://etvbharatimages.akamaized.net/etvbharat/prod-images/768-512-5685658-803-5685658-1578840199327.jpg)
ସବୁଠାରୁ ବଡ କଥା ହେଉଛି ସଲମାନ ଏଥର ନିଜର ପ୍ରିୟ କଣ୍ଟେସ୍ଟେଣ୍ଟ ଅର୍ଥାତ ସନାଙ୍କ ଉପରେ ରାଗି ଯାଇଛନ୍ତି। ଘଟଣା କିଛି ଏପରି ରହିଛି, ଶନିବାର ‘ୱିକେଣ୍ଡ କା ୱାର’ରେ ସନାଙ୍କ ପାଇଁ ସଲମାନ ଜେଲେସି ଶବ୍ଦର ବ୍ୟବହାର କରିଥିଲେ । ଯାହାପରେ ସନା ଘରେ ଖୁବ୍ ଉତ୍ପାତ ମଚାଇଥିଲେ। ଯାହାକୁ ନେଇ ବିଗିଡି ଯାଇଥିଲେ ସଲମାନ। ସେ ସନାଙ୍କୁ ଖୁବ୍ କଡା କଥା ଶୁଣାଇଥିଲେ।
ଏହାପରେ ସଲମାନଙ୍କ ଟାର୍ଗେଟକୁ ଆସିଥିଲେ ସିଦ୍ଧାର୍ଥ। ସେ ସିଡ୍ଙ୍କୁ ଏକ ଭିଡିଓ ଦେଖାଇଥିଲେ ଯେଉଁ ଭିଡିଓରେ ସନା ସିଡ୍ଙ୍କୁ ଚାପୁଡା ମାରିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଯେଉଁ କାରଣରୁ ସଲମାନ ସିଦ୍ଧାର୍ଥଙ୍କ ଉପରେ ଖୁବ୍ ବର୍ଷିଥିଲେ । ଏହାକୁ ନେଇ ଏକ ପ୍ରୋମୋ ମଧ୍ୟ ଜାରି କରାଯାଇଛି।