ଓଡିଶା

odisha

ରଶ୍ମୀଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ ଅରହାନ

By

Published : Apr 28, 2020, 12:32 PM IST

ବିଗ ବସ 13 ଶେଷ ହେବା ପରଠୁ ଚର୍ଚ୍ଚାରେ ରଶ୍ମୀ ଦେସାଇ ଓ ଅରହାନ ଖାନ । ପ୍ରଥମେ ଦୁଇଜଣଙ୍କ ମଧ୍ୟରେ ଆଉ ଏବେ ସୋସିଆଲ ମିଡିଆରେ ବାକ୍ ଯୁଦ୍ଧ କରୁଛନ୍ତି ଏହି ଯୋଡି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: କିଛି ଦିନରୁ ଚର୍ଚ୍ଚାରେ ବିଗ ବସ 13ର ଫେମସ ପ୍ରତିଯୋଗୀ ରଶ୍ମୀ ଦେସାଇ ଓ ତାଙ୍କ ଏକ୍ସ-ବୟଫ୍ରେଣ୍ଡ ଅରହାନ ଖାନଙ୍କ। ଯେପର୍ଯ୍ୟନ୍ତ ଦୁଇଜଣ ବିଗ ବସ ହାଉସରେ ଥିଲେ, ସେହି ସମୟରେ ସବୁ ଠିକ୍ ଥିଲା । ହେଲେ ଅରହାନ ଶୋରୁ ବାହାରକୁ ଆସିବା ପରେ ଦୁଇଜଣଙ୍କ ପ୍ରେମକାହାଣୀରେ ଭିନ୍ନ ରଙ୍ଗ ଦେଖିବାକୁ ମିଳିଥିଲା। ରଶ୍ମୀଙ୍କ ପରେ ଏବେ ଅରହାନ ନିଜ ପକ୍ଷ ରଖିଛନ୍ତି।

କିଛି ଦିନ ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ ରଶ୍ମୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ 15 ଲକ୍ଷ ଟଙ୍କା ଚୋରି କରିଛନ୍ତି ଅରହାନ। ସେହିପରି ଫେସବୁକରେ ରଶ୍ମୀ ଅରହାନଙ୍କ ସହ ଲିଭ-ଇନରେ ରହିବା କଥା ମଧ୍ୟ କହିଥିଲେ।

ଏହି ମାମଲାରେ ଏବେ ଅରହାନଙ୍କ ବୟାନ ସାମ୍ନାକୁ ଆସିଛି। ଏକ ସାକ୍ଷାତକାରେ ଅରହାନ କହିଥିଲେ ଯେ ରଶ୍ମୀ ଯେତେବେଳେ ଶୋରେ ଥିଲେ ସେହି ସମୟରେ ସେ ଆମ ଲିଭ-ଇନ-ରିଲେସନଶିପ ବିଷୟରେ ସ୍ବୀକାର କରିନଥିଲେ। ହେଲେ ବିଗ ବସ ହାଉସରୁ ବାହାରକୁ ଆସିବାପରେ ସେ ତାଙ୍କ ବିଷୟରେ ଅନେକ ଖରାପ କଥା କହିଛନ୍ତି। ତାଙ୍କର ଏପରି ବ୍ୟବହାରରୁ ଲାଗୁଛି ଯେ ସେ କେବଳ ମିଛ ପବ୍ଲିସିଟି ପାଇବାକୁ ତାଙ୍କ ପ୍ରତିଛବି ଖରାପ କରୁଛନ୍ତି । ତାଙ୍କୁ ବଦନାମ କରିବାକୁ ଚେଷ୍ଟା ଚଳାଇଛନ୍ତି। ରଶ୍ମୀଙ୍କ ବୟାନରୁ ସ୍ପଷ୍ଟ ହେଉଛି ଯେ ସେ ଏସବୁ ଭାବିଚିନ୍ତି କରୁଛନ୍ତି।

ABOUT THE AUTHOR

...view details