ମୁମ୍ବାଇ: କଲର୍ସ ଚ୍ୟାନେଲର ଫେମସ ରିୟାଲିଟି ଶୋ ବିଗ ବସ 13 ବିଶ୍ବରେ ସବୁଠାରୁ ବଡ ଶୋ ସାଜିଛି । ସୁପରଷ୍ଟାର ସଲମାନ ଖାନଙ୍କ ନନ ଫିକ୍ସନ ଶୋ ବିଗ ବିସ ସିଜନ 13 ଟିଆରପିରେ ଅନେକ ରେକର୍ଡ ନିଜ ନାମରେ କରିଛି । ଏହି ଶୋ ଇଣ୍ଡିଆନ ଟେଲିଭିଜନର ନମ୍ବର-1 ରିୟାଲିଟି ଶୋ ସାବ୍ୟସ୍ତ ହୋଇଛି । ଟିଭି ଓ ଡିଜିଟାଲ ପ୍ଲାଟଫର୍ମରେ ବିଗ ବସ 13ର ଧୁମ ଦେଖିବାକୁ ମିଳିଥିଲା ।
ବିଗବସ 13 ପୂର୍ବ ସବୁ ସିଜନକୁ ଟିଆରପି ଓ ଏଣ୍ଟରଟେନମେଣ୍ଟ ମାମଲାରେ ପଛରେ ପକାଇ ଦେଇଛି । ଏଣ୍ଡମୋଲ ସାଇନ ଇଣ୍ଡିଆ ବିଗ ବସର ସଫଳତାର ଚାରୋଟି ବଡ ରେକର୍ଡର ସୂଚନା ସୋସିଆଲ ମିଡିଆରେ ଦେଇଛି । ଏହାସହ ବିଗ ବସ 13 ଚାରୋଟି ରେକର୍ଡ ନିଜ ନାଁରେ କରି ନୂଆ ଇତିହାସ ସୃଷ୍ଟି କରିଛି । ତେବେ ଆସନ୍ତୁ ନଜର ପକାଇବା ଏହି ରେକର୍ଡ ଉପରେ...
1. ବିଗ ବସ 13କୁ ଟିଭିରେ ସବୁଠାରୁ ଅଧିକା ଭ୍ୟୁୟରସିପ ମିଳିଛି । ଟିଆରପି ରେଟିଂରେ ଶୋ ଚହଳ ସୃଷ୍ଟି କରିଛି । ଅନଲାଇନ ଟିଆରପି ଓ ୱାର୍କ ରେଟିଂରେ ଶୋ ନମ୍ବର 1 । ଏଣ୍ଡମୋଲ ଅନୁଯାୟୀ ବିଗ ବସ 13କୁ ଟିଭିରେ 213 ମିଲିୟନ ଭ୍ୟୁୟର୍ସ ମିଳିଛି ।