ମୁମ୍ବାଇ: ଶତାବ୍ଦୀର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଅଙ୍ଗରକ୍ଷୀ ଜିତେନ୍ଦ୍ର ସିନ୍ଦେଙ୍କ ହେଲା ବଦଳି । ସିନ୍ଦେଙ୍କୁ ଗତ ୧୫ ଦିନ ପୂର୍ବରୁ ବଦଳି କରିଛି ମୁମ୍ବାଇ ପୋଲିସ । ତେବେ ସିନ୍ଦେଙ୍କ ଦରମାକୁ ନେଇ କିଛି ଦିନ ଧରି ଚର୍ଚ୍ଚା ଜୋର ଧରିଥିଲା । ବିଗ୍ ବିଙ୍କ ଅଙ୍ଗରକ୍ଷୀ ଜିତେନ୍ଦ୍ର ବାର୍ଷିକ 1.50 କୋଟି ଟଙ୍କା ଆୟ କରୁଛନ୍ତି ବୋଲି ସୂଚନା ମିଳିବା ପରେ ଏହି ଖବର ସୋସିଆଲ ମିଡିଆରେ ଖୀପ୍ର ଗତିରେ ଭାଇରାଲ ହୋଇଥିଲା ।
ଚର୍ଚ୍ଚାରେ BIG Bଙ୍କ ବଡ଼ିଗାର୍ଡ, କୋଟି କୋଟି ଦରମା ଉପରେ ହେଉଛି ଯାଞ୍ଚ ସିନ୍ଦେ ମୁମ୍ବାଇ ପୋଲିସ ଷ୍ଟେସନରେ ହେଡ କନଷ୍ଟେବଳ ଭାବରେ କାର୍ଯ୍ୟରତ । ତେବେ ମୁମ୍ବାଇ ପୋଲିସର ନିୟମ ଅନୁଯାୟୀ ବର୍ତ୍ତମାନ ତାଙ୍କୁ ଡି ବି ମାର୍ଗ ପୋଲିସ ଷ୍ଟେସନକୁ ବଦଳି କରାଯାଇଛି । ସିନ୍ଦେ ୨୦୧୫ ମସିହାରେ ମଧ୍ୟ ଅମିତାଭ ବଚ୍ଚନଙ୍କ ଅଙ୍ଗରକ୍ଷୀ ଭାବେ ଦାୟିତ୍ବ ତୁଲାଉଥିଲେ । ଏଥିପାଇଁ ବିଗ ବି ତାଙ୍କୁ ବର୍ଷକୁ ୧.୫ କୋଟି ଟଙ୍କା ଦେଉଥିଲେ ବୋଲି କିଛି ରିପୋର୍ଟରେ ପ୍ରକାଶ ପାଇଥିଲା । ଏହାପରେ ସୋସିଆଲ ମିଡ଼ିଆରେ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।
ଚର୍ଚ୍ଚାରେ BIG Bଙ୍କ ବଡ଼ିଗାର୍ଡ, କୋଟି କୋଟି ଦରମାର ଚାଲିଛି ଯାଞ୍ଚ କିଏ ଜିତେନ୍ଦ୍ର ସିନ୍ଦେ ?
ବିଗ୍ ବିଙ୍କ ଅଙ୍ଗରକ୍ଷୀ ଜିତେନ୍ଦ୍ର ସିନ୍ଦେ ମୁମ୍ବାଇ ପୋଲିସର ହେଡ କନଷ୍ଟେବଳ ସହିତ 2015 ମସିହାରୁ ଅମିତାଭଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି । ଅମିତାଭ ବଚ୍ଚନଙ୍କୁ 'X' କାଟାଗୋରୀର ସୁରକ୍ଷା ଯୋଗାଇ ଦିଆଯାଉଥିବାରୁ ତାଙ୍କ ସହିତ ସବୁବେଳେ ୨ ଜଣ କନଷ୍ଟେବଳ ରୁହନ୍ତି । ସେପଟେ ମୁମ୍ବାଇ ପୋଲିସର ନିୟମ ଅନୁଯାୟୀ କୌଣସି ସ୍ଥାନରେ ପୋଲିସର ପୋଷ୍ଟିଂ ପାଞ୍ଚ ବର୍ଷରୁ ଅଧିକ ହୋଇପାରିବ ନାହିଁ । ଚାକିରି ସମୟରେ ଅନ୍ୟ ଉତ୍ସରୁ ରୋଜଗାର ଉପରେ ମଧ୍ୟ ଏକ ପ୍ରତିବନ୍ଧକ ଲଗାଯାଇଛି ।
ରିପୋର୍ଟ ଅନୁଯାୟୀ ଜିତେନ୍ଦ୍ର କହିଛନ୍ତି ଯେ ସେ ଏକ ସୁରକ୍ଷା ଏଜେନ୍ସି ଚଲାଇଥାନ୍ତି । ଯାହା ମାଧ୍ୟମରେ ସେ ଅନେକ ସେଲିବ୍ରିଟିଙ୍କୁ ସୁରକ୍ଷା ପ୍ରଦାନ କରନ୍ତି । ଏହି ସୁରକ୍ଷା ଏଜେନ୍ସି ଜିତେନ୍ଦ୍ରଙ୍କ ପତ୍ନୀଙ୍କ ନାମରେ ଅଛି ଏବଂ ସେ ଏହାକୁ ପରିଚାଳନା କରନ୍ତି । ସେ ବିଗ ବିଙ୍କଠାରୁ କୌଣସି ଦରମା ନିଅନ୍ତି ନାହିଁ ବୋଲି ମଧ୍ୟ କହିଛନ୍ତି ।
ଘଟଣାର ପୋଲିସ କରୁଛି ଯାଞ୍ଚ:-
ବର୍ତ୍ତମାନ ଜିତେନ୍ଦ୍ର ସିନ୍ଦେଙ୍କ ଆୟର ଅନ୍ୟ ଉତ୍ସ ସମ୍ପର୍କରେ ପୋଲିସ ତଦନ୍ତ କରୁଛି । ଏହା ବ୍ୟତୀତ ସିନ୍ଦେ ତାଙ୍କ ଆୟ ଓ ସମ୍ପତ୍ତି ସମ୍ପର୍କରେ ପୋଲିସ ଅଧିକାରୀଙ୍କୁ କୌଣସି ସୂଚନା ଦେଇଛନ୍ତି କି ନାହିଁ ସେ ସମ୍ପର୍କରେ ମଧ୍ୟ ପୋଲିସ ଯାଞ୍ଚ କରୁଛି । ଜିତେନ୍ଦ୍ର ଅମିତାଭଙ୍କ ଠାରୁ ବାର୍ଷିକ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଦରମା ପାଇବା ଖବର ପ୍ରସାରିତ ହେବା ପରେ ସିନ୍ଦେଙ୍କୁ ଅନ୍ୟ ପୋଲିସ ଷ୍ଟେସନକୁ ବଦଳି କରାଯାଇଥିବା ଜଣାପଡ଼ିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ