ମୁମ୍ବାଇ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ କୋଭିଡ-19ରେ ଆକ୍ରାନ୍ତ ହୋଇଛନ୍ତି । ତେଣୁ ସେ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେବେଠାରୁ ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟର ଆରୋଗ୍ୟ କାମନା ପାଇଁ ନିରନ୍ତର ପ୍ରାର୍ଥନା କରି ଆସୁଥିଲେ । ବଚ୍ଚନ ପରିବାରରେ ଅମିତାଭଙ୍କ ବ୍ୟତୀତ ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ଏବଂ ଆରାଧ୍ୟାଙ୍କ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ଏଭଳି ପରିସ୍ଥିତିରେ ଅମିତାଭ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ କ୍ରମାଗତ ଭାବରେ ଜଡିତ ଅଟନ୍ତି ଏବଂ ଗୋଟିଏ ପରେ ଗୋଟିଏ ପୋଷ୍ଟ ସେୟାର କରୁଛନ୍ତି । ନିକଟରେ ଅମିତାଭ ଇନଷ୍ଟାଗ୍ରାମରେ ତାଙ୍କର ସମସ୍ତ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।