ଓଡିଶା

odisha

ETV Bharat / sitara

ଆଙ୍ଗୁଠି ଠିକ୍ ହେବାକୁ ଲାଗିଥିଲା 2 ମାସ ! - ଅମିତାଭ ବଚ୍ଚନ

ଲକଡାଉନରେ ସେ ବିଭିନ୍ନ ଭିଡିଓ ମାଧ୍ୟମରେ ଫ୍ୟାନ୍ସଙ୍କୁ ସତର୍କ କରିବା ସହ ସେମାନଙ୍କ ସହ ବହୁତ ପୁରୁଣା ଫଟୋ ଓ ଭିଡିଓ ମଧ୍ୟ ସେୟାର କରୁଛନ୍ତି । ଅଧିକ ପଢନ୍ତୁ...

ଆଙ୍ଗୁଠି ଠିକ୍ ହେବାକୁ ଲାଗିଥିଲା 2 ମାସ !
ଆଙ୍ଗୁଠି ଠିକ୍ ହେବାକୁ ଲାଗିଥିଲା 2 ମାସ !

By

Published : May 18, 2020, 11:27 PM IST

ମୁମ୍ବାଇ: ବର୍ତ୍ତମାନ ନିଜ ପରିବାର ସହ ସମୟ କାଟୁଛନ୍ତି ବିଗ ବି ଅମିତାଭ ବଚ୍ଚନ । ଏହାସହ ନିକଟରେ ତାଙ୍କର ଟିଭି ସୋ କୌନ ବନେଗା କରୋଡପତି ଆରମ୍ଭ ହେବାକୁ ଯାଉଛି । ଲକଡାଉନ ଯୋଗୁଁ ଏଥର ଅନଲାଇନରେ ଏହି ଶୋର ପ୍ରସାରଣ ହେବ ।

ଏହି ଅବସରରେ ନିଜର ଏକ ପୁରୁଣା ସ୍ମୃତି ସେୟାର କରିଛନ୍ତି ବଲିଉଡର ମେଗାଷ୍ଟାର । ଲକଡାଉନରେ ସେ ବିଭିନ୍ନ ଭିଡିଓ ମାଧ୍ୟମରେ ଫ୍ୟାନ୍ସଙ୍କୁ ସତର୍କ କରିବା ସହ ସେମାନଙ୍କ ସହ ବହୁତ ପୁରୁଣା ଫଟୋ ଓ ଭିଡିଓ ମଧ୍ୟ ସେୟାର କରୁଛନ୍ତି । ନିକଟରେ ସେ ନିଜର ଏକ ଦୁର୍ଘଟଣା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । କିଛି ବର୍ଷ ତଳେ ଦୀପାବଳିରେ ତାଙ୍କର ହାତରେ ଆଘାତ ଲାଗିଥିଲା । ଏଥିରେ ତାଙ୍କ ବୁଢା ଆଙ୍ଗୁଠିରେ ଆଘାତ ଲାଗିଥିଲା ଯାହା ଠିକ୍ ହେବାକୁ ପ୍ରାୟ 2 ମାସ ଲାଗିଯାଇଥିଲା ।

ଏହା ଉପରେ ଅମିତାଭ କହିଛନ୍ତି ଯେ ମଣିଷ ଶରୀରରେ ଆଙ୍ଗୁଠି ଏପରି ଏକ ଭାଗ ଯାହା ଥରେ ଆଘାତ ପାଇଲେ ଠିକ୍ ହେବାରେ ବହୁତ କଷ୍ଟକର ହୋଇଥାଏ । ଏଥିପାଇଁ ନିଜ ପକ୍ଷରୁ ଅନେକ ଉଦ୍ୟମ କରିବାକୁ ପଡେ । ନିଜେ ଚେଷ୍ଟା ନକଲେ ଏଥିରୁ ସୁସ୍ଥ ହେବା ଅସମ୍ଭବ । ସବୁବେଳେ ଏହାକୁ ଚଳପ୍ରଚଳ କରିବାର ଅଛି । ସ୍ଥିର ହୋଇ ରଖିଲେ ଏହା ଅଚଳ ହୋଇଯିବ । ବରଫ ପରି ଟାଣ ହୋଇଯିବ । ଏହି ଆଙ୍ଗୁଠି ଠିକ୍ ହେବାରେ ପ୍ରାୟ 2 ମାସ ଲାଗିଥିଲା । ଏଥିପାଇଁ ଅନେକ କଷ୍ଟ ସହିବାକୁ ପଡିଥିଲା । କିନ୍ତୁ ଅପରେସନ ଦ୍ବାରା ଏହା ଖୁବ୍ ଜଲଦି ଭଲ ହୋଇଥିଲା ବୋଲି ବିଗ ବି କହିଥିଲେ ।

ABOUT THE AUTHOR

...view details