ମୁମ୍ବାଇ: ଯଦି ଆପଣ ଲକଡାଉନର ବିରକ୍ତିକୁ ଦୂର କରିବାକୁ ଚାହୁଁଛନ୍ତି, ତେବେ ସୋସିଆଲ ମିଡିଆରେ ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କୁ ଫଲୋ କରନ୍ତୁ । ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଳେବେଳେ କବିତା, ଜୋକ ଏବଂ ବେଳେବେଳେ କିଛି ଫଟୋ ଏହିସବୁ ପୋଷ୍ଟ କରିଥାନ୍ତି ଯାହା ଲୋକମାନଙ୍କୁ ବହୁତ ପସନ୍ଦ ଆସିଥାଏ ।
ଶୁକ୍ରବାର ଅମିତାଭ ଏକ ଭିଡିଓରେ ସମସ୍ତଙ୍କୁ ଶୁଭ ଜନ୍ମଦିନ ବୋଲି କହିଥିଲେ । ଏହାସହ ଅମିତାଭ ଏହାର ଯୁକ୍ତିଯୁକ୍ତ କାରଣ ମଧ୍ୟ ତାଙ୍କ ଭିଡିଓରେ କହିଛନ୍ତି ।