ଓଡିଶା

odisha

ETV Bharat / sitara

ସେହେନ୍ସା@78, ଅଭିନେତା ନୁହେଁ ଇଞ୍ଜିନିୟର ହେବାକୁ ଥିଲା ଇଚ୍ଛା - unknwon fact

ବଲିଉଡର ଶେହେନ୍ସା । ତାଙ୍କୁ ପରିଚିତ କରିବା ପାଇଁ ବାସ ଏହି ଗୋଟିଏ ଶବ୍ଦ ହିଁ ଯଥେଷ୍ଟ । କଳା ଓ ପ୍ରତିଭା ଆଗରେ ତାଙ୍କର ହାର ମାନିଛି ବୟସ । ବିଭିନ୍ନ ପ୍ରକାର ଚରିତ୍ରକୁ ସୁନେଲି ପରଦାରେ ଜୀବନ୍ତ କରିବାରେ ସେ ସିଦ୍ଧହସ୍ତ ।

ଅମିତାଭ ବଚ୍ଚନ, ଅଜଣା କଥା, unknwon fact, amitabh bachchan
ବିଗ୍‌ ବି @78, ଅଭିନେତା ନୁହେଁ ଇଞ୍ଜିନିୟର ହେବାକୁ ଥିବା ଇଚ୍ଛା

By

Published : Oct 11, 2020, 2:33 PM IST

ବଲିଉଡର ସେହେନ୍ସା । ତାଙ୍କୁ ପରିଚିତ କରିବା ପାଇଁ ବାସ ଏହି ଗୋଟିଏ ଶବ୍ଦ ହିଁ ଯଥେଷ୍ଟ । କଳା ଓ ପ୍ରତିଭା ଆଗରେ ତାଙ୍କର ହାର ମାନିଛି ବୟସ । ବିଭିନ୍ନ ପ୍ରକାର ଚରିତ୍ରକୁ ସୁନେଲି ପରଦାରେ ଜୀବନ୍ତ କରିବାରେ ସେ ସିଦ୍ଧହସ୍ତ । ସେ ହେଉଛନ୍ତି ଦିଗଜ୍ଜ ଅଭିନେତା ଅମିତାଭ ବଚ୍ଚନ ବା ସଭିଙ୍କ ପ୍ରିୟ ବିଗ୍‌ ବି । ଆଜି ତାଙ୍କର 78 ତମ ଜନ୍ମଦିନରେ ବଲିଉଡର ଛୋଟ ବଡ ସମସ୍ତ କଳାକାରଙ୍କ ସମେତ ଦେଶ ବିଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ଦେଶର ବଡ ସୁପରଷ୍ଟାରଙ୍କ ବିଷୟରେ ଆସନ୍ତୁ ଜାଣିବା କିଛି ଅଜଣା କଥା...

- ବଲିଉଡର ଅନ୍ୟ ସମସ୍ତ ଅଭିନେତାଙ୍କ ତୁଳନାରେ ବିଗ ବି ସବୁଠାରୁ ଅଧିକ ଡବଲ ରୋଲରେ ଅଭିନୟ କରିଛନ୍ତି ।

- ତାଙ୍କର ପ୍ରକୃତ ନାମ ଅମିତାଭ ଶ୍ରୀବାସ୍ତବ । ଯାହାକୁ ସେ ପରବର୍ତ୍ତୀ ସମୟରେ ବଚ୍ଚନକୁ ପରିବର୍ତ୍ତନ କରିଥିଲେ ।

- ‘ଖୁଦା ଗୱାହ’ ଚଳଚ୍ଚିତ୍ରର ସୁଟିଂ ସମୟରେ ଆଫଗାନ ରାଷ୍ଟ୍ରପତି ତାଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ । ଏଥିପାଇଁ ତାଙ୍କୁ ଆଫଗାନ ଏୟାରଫୋର୍ସ ପକ୍ଷରୁ ସୁରକ୍ଷା ପ୍ରଦାନ କରାଯାଇଥିଲା ।

- ଆଫଗାନିସ୍ତାନରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଦେଖାଯାଇଥିବା ଭାରତୀୟ ଚଳଚ୍ଚିତ୍ର ହେଉଛି ବିଗ ବିଙ୍କ ଅଭିନୀତ ‘ଖୁଦା ଗୱାହ’ ।

- ଯେ କୌଣସି ହଲିଉୟ ଷ୍ଟାରଙ୍କଠାରୁ ଅମିତାଭ ଢେର ଉପରେ ବୋଲି ଏକଦା ମତ ଦେଇଥିଲେ ବ୍ରୁସ ୱିଲିସ ।

- ସେ ଅଭିନୟ କରିଥିବା ଏକମାତ୍ର ବ୍ଲାକ ଆଣ୍ଡ ହ୍ବାଇଟ ଚଳଚ୍ଚିତ୍ର ହେଉଛି ‘ସାତ ହିନ୍ଦୁସ୍ତାନୀ’ ।

- ଉଭୟ ବାମ ଓ ଡାହାଣ ହାତରେ ଲେଖିବାରେ ପାରଙ୍ଗମ ଅମିତାଭ ।

- ନିଜ କ୍ୟାରିୟରର ପ୍ରଥମ ହିଟ ଫିଲ୍ମ ‘ଜଞ୍ଜିର’ ପୂର୍ବରେ ଏକାଧାରରେ 12ଟି ଫ୍ଲପ୍‌ ଫିଲ୍ମରେ ସେ କାମ କରିସାରିଥିଲେ ।

- ଜଣେ ଇଞ୍ଜିନିୟର ହେବାକୁ ଇଚ୍ଛା ରଖିଥିଲେ ଅମିତାଭ । ଏଥିପାଇଁ ସେ ବାୟୁସେନାରେ ମଧ୍ୟ ସାମିଲ ହେବାକୁ ଚାହୁଁଥିଲେ ।

- 1969 ମସିହାରେ ଜଣେ ଭଏସ ଆର୍ଟିଷ୍ଟ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ମୃଣାଳ ସେନଙ୍କ ଭୁବନ ଶୋମରୁ ସେ କ୍ୟାରିୟର ଆରମ୍ଭ କରିଥିଲେ ।

- ଅମିତାଭ ହିଁ ଏକମାତ୍ର ଅଭିନେତା ଯିଏ ନିଜର ପୁଅଙ୍କର ହିଁ ପୁଅ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ପା ଚଳଚ୍ଚିତ୍ରରେ ଏପରି ଭୂମିକାରେ ସେ ଅବତୀର୍ଣ୍ଣ ହୋଇଥିଲେ ।

- 1975 ଓ 2004 ମସିହାରେ ସେ ସମାନ ନାମରେ ନାମିତ ଫିଲ୍ମରେ ସେ ଅଭିନୟ କରିଥିଲେ ।

- ଲଣ୍ଡନ ସ୍ଥିତ ମାଡାମ ତୁସାଦ ମ୍ୟୁଜିଅମରେ ପ୍ରଥମ ଭାରତୀୟ ଭାବେ ତାଙ୍କର ମହମ ମୂର୍ତ୍ତୀ ସ୍ଥାନୀତ ହୋଇଥିଲା ।

- ବିବିସି ଦ୍ବାରା ତାଙ୍କୁ ଷ୍ଟାର ଅଫ ଦି ମିଲେନିୟମର ଆଖ୍ୟା ଦିଆଯାଇଥିଲା ।

- ଘଣ୍ଟା ପ୍ରତି ରହିଛି ତାଙ୍କର ଅହେତୁକ ଦୁର୍ବଳତା ।

- ବୁଲିବା ପାଇଁ ଲଣ୍ଡନ ଓ ସ୍ବିଜରଲ୍ୟାଣ୍ଡ ଯିବାକୁ ଅମିତାଭ ଖୁବ ପସନ୍ଦ କରନ୍ତି ।

ABOUT THE AUTHOR

...view details