ଓଡିଶା

odisha

By

Published : Aug 3, 2020, 5:04 PM IST

ETV Bharat / sitara

ରାକ୍ଷୀ ପୂର୍ଣ୍ଣିମାରେ ଅମିତାଭଙ୍କ ଖାସ୍ ମେସେଜ

ଭାଇ-ଭଉଣୀଙ୍କ ସମ୍ପର୍କ ଉପରେ ଶାନଦାର ବାର୍ତ୍ତା ସମସ୍ତଙ୍କୁ ସୋସିଆଲ ମିଡିଆରେ ଦେଲେ ଅମିତାଭ ବର୍ଚ୍ଚନ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

ମୁମ୍ବାଇ: କୋରୋନାକୁ ହରାଇ ବିଗ ବି ଅମିତାଭ ବଚ୍ଚନ ଘରକୁ ଫେରିଛନ୍ତି । ସେ ପାଖାପାଖି ଦୁଇ ସପ୍ତାହରୁ ନାନବତୀ ହସ୍ପିଟାଲରେ ଥିଲେ। ଘରେ ପହଞ୍ଚିବା ପରେ ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଉ ସୋମବାର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସେ ଫ୍ୟାନ୍ସଙ୍କ ପାଇଁ ଖାସ୍ ମେସେଜ ମଧ୍ୟ ଲେଖିଛନ୍ତି ।

ସେ ପୁଅ, ଅଭିଷେକ ବଚ୍ଚନ ଓ ଲାଲଡୀ ଶ୍ବେତା ବଚ୍ଚନଙ୍କ ଏକ ଶାନଦାର ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋ ସହ ସେ ଅଗସ୍ତ୍ୟ, ଆରାଧ୍ୟାଙ୍କ ଫଟୋକୁ ମଧ୍ୟ କୋଲାଜ କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ରାକ୍ଷୀ ପୂର୍ଣ୍ଣିମା ଭାଇଙ୍କ ଦ୍ବାରା ଭଉଣୀଙ୍କୁ ସୁରକ୍ଷା ଦେବା ଉତ୍ସବ । ଭଉଣୀଙ୍କ ପ୍ରତି ସବୁବେଳେ ସଜାଗ ରହିବା ପ୍ରତିଜ୍ଞା । ସବୁ କଠିନ ପରିସ୍ଥିତିରେ ହାତ ଧରିବା । ସବୁ ଖରାପ ନଜରରୁ ବଞ୍ଚାଇବା କର୍ତ୍ତବ୍ୟ । ରାକ୍ଷୀ ଅର୍ଥ ହେଉଛି ସୁରକ୍ଷା ଏବଂ ବନ୍ଧନର ଅର୍ଥ ଏକତ୍ର ବାନ୍ଧି ହୋଇ ରହିବା । ଆମ ସମାଜରେ ଅନେକ ପରମ୍ପରା ଅଛି ଯାହା ଆମକୁ ମୂଲ୍ୟବାନ କରୁଛି । ବିଶ୍ବାସ ଯାହା କେବେ ଭାଙ୍ଗି ପାରିବ ନାହିଁ।’

ପ୍ରକାଶ ଥାଉକି ଅମିତାଭଙ୍କ ସହ ଅଭିଷେକ, ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଓ ଆରାଧ୍ୟ କୋରୋନା ପଜିଟିଭ ବାହାରିଥିଲେ । ଅମିତାଭ, ଅଭିଷେକ ନାନାତୀ ହସ୍ପିଟାରେ ଭର୍ତ୍ତି ହୋଇଥିବା ବେଳେ ଐଶ୍ଚର୍ଯ୍ୟା ଓ ଆରାଧ୍ୟା ହୋମ କ୍ବାରେଣ୍ଟାଇନରେ ଥିଲେ । ହେଲେ ପରେ ଦୁଇଜଣଙ୍କ ସ୍ବାସ୍ଥ୍ୟବ୍ୟସ୍ଥା ବିଗିଡିପାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ନିକଟରେ ସୁସ୍ଥ ହୋଇ ମା-ଝିଅ ଘରକୁ ଫେରିଥିଲେ।

For All Latest Updates

ABOUT THE AUTHOR

...view details