ଓଡିଶା

odisha

By

Published : Aug 6, 2020, 1:36 PM IST

ETV Bharat / sitara

ସୋସିଆଲ ମିଡିଆରେ କ୍ଷମା ମାଗିଲେ ଅମିତାଭ !

ନିଜ ଭୁଲ ମାନିଲେ ମହାନାୟକ ଅମିତାଭ । ଟ୍ବିଟ କରି ସମସ୍ତଙ୍କୁ ମାଗିଲେ କ୍ଷମା । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ ନିକଟରେ କୋରୋନା ଭାଇରସକୁ ହରାଇ ଘରକୁ ଫେରିଥିଲେ । ସେ ପାଖାପାଖି ଦୁଇ ସପ୍ତାହ ନାନାବତୀ ହସ୍ପିଟାଲରେ କୋରୋନା ଚିକିତ୍ସା ପାଇଁ ଥିଲେ । ହେଲେ ଇତିମଧ୍ୟରେ ସେ ସୋସିଆଲ ମିଡିଆରେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି । ଯାହାକୁ ନେଇ ଆଶ୍ଚର୍ଯ୍ୟ ଫ୍ୟାନ୍ସ । ତେବେ ଆସନ୍ତୁ ଜାଣିବା ସେ କାହିଁକି ସୋସିଆଲ ମିଡିଆରେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି...

କଥାଟି ହେଲା ଯେ ନିକଟରେ ଅମିତାଭ ପିତା ତଥା ଲୋକପ୍ରିୟ କବି ହରିବଂଶ ରାୟ ବଚ୍ଚନଙ୍କ ନାମରେ ପ୍ରସୂନ ଯୋଶୀଙ୍କ କବିତା ସେୟାର କରିଥିଲେ । ଯାହା ପାଇଁ ସେ ଟ୍ବିଟ କରି ବର୍ତ୍ତମାନ ସମସ୍ତଙ୍କୁ କ୍ଷମା ମାଗିଛନ୍ତି ।

ଏହି କବିତାକୁ ସେୟାର କରି ଅମିତାଭ ପିତାଙ୍କୁ କ୍ରେଡିଟ ଦେଇଥିଲେ । ହେଲେ ନିଜ ଭୁଲ ବୁଝିପାରି ଏକ ପୋଷ୍ଟ କରି ଲେଖିଛନ୍ତି, ‘କାଲି ଛପିଥିବା କବିତା ବାବୁଜୀଙ୍କ ଦ୍ବାରା ଲେଖା ନୁହେଁ । ମୋ ଦ୍ବାରା ଭୁଲ ହୋଇଛି । କବିତାର ରଚନା କବି ପ୍ରସୂନ ଯୋଶୀ କରିଥିଲେ । ଏଥିପାଇଁ ମୁଁ କ୍ଷମା ମାଗୁଛି।’

ABOUT THE AUTHOR

...view details