ଓଡିଶା

odisha

ETV Bharat / sitara

ଭୂମି ପେଡନେକର ଶିକ୍ଷା କାର୍ଯ୍ୟକ୍ରମ 'ମୋବାଇଲ୍ ଶାଲା' କୁ ସମର୍ଥନ କଲେ - ଭୁମି ପେଡନେକର

'ମୋବାଇଲ୍ ଶାଲା' ବିଷୟରେ ବଲିଉଡ ଅଭିନେତ୍ରୀ ଭୁମି ପେଡନେକର କହିଛନ୍ତି, ଶିକ୍ଷା କ୍ଷେତ୍ରରେ ବାଳିକାମାନଙ୍କର କୌଣସି ପ୍ରତିବନ୍ଧକ ନହେବା ଉଚିତ । ଏହା ଅନଲାଇନ ମାଧ୍ୟମରେ ଇଂରାଜୀ, ବିଜ୍ଞାନ ଶିକ୍ଷା ପରି ପ୍ରମୁଖ ବିଷୟ ଉପରେ ମାଗଣା ପାଠ୍ୟକ୍ରମ ପ୍ରଦାନ କରିଥାଏ । ତେଣୁ ବାଳିକାମାନେ ଘରେ ରହି ମଧ୍ୟ ପାଠ ପଢିପାରିବେ । ଅଧିକ ପଢନ୍ତୁ...

bhumi pednekar supports education program
ଭୁମି ପେଡନେକର ଶିକ୍ଷା କାର୍ଯ୍ୟକ୍ରମ 'ମୋବାଇଲ୍ ଶାଲା' କୁ ସମର୍ଥନ କଲେ

By

Published : May 29, 2020, 7:03 AM IST

ମୁମ୍ବାଇ: ହ୍ୱିସପର୍ ଶିକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପକୁ ବଲିଉଡ ଅଭିନେତ୍ରୀ ଭୁମି ପେଡନେକର ସମର୍ଥନ କରିଛନ୍ତି । ଏହି ମହାମାରୀ ସମୟରେ ସାରା ଦେଶରେ ସ୍କୁଲ ବନ୍ଦ ଥିବାରୁ, ମାଗଣା ଶିକ୍ଷା ପ୍ରଦାନ କରିବାକୁ 'ମୋବାଇଲଶାଲା' ଲକ୍ଷ୍ୟ ରଖିଛି ।

ଲକଡାଉନ ଯୋଗୁଁ ସ୍କୁଲ ବନ୍ଦ ହେବା ଦ୍ବାରା ଡ୍ରପ୍ ଆଉଟ ହାର ବୃଦ୍ଧି ପାଇପାରେ, ଯାହା କିଶୋର ବାଳିକାମାନଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ ।

ଭୁମି ପେଡନେକର ଶିକ୍ଷା କାର୍ଯ୍ୟକ୍ରମ 'ମୋବାଇଲ୍ ଶାଲା' କୁ ସମର୍ଥନ କଲେ

ଯଦିଓ ବିଦ୍ୟାଳୟ ବନ୍ଦ କରିବା ଦ୍ବାରା ଏହି ଭାଇରସର ପ୍ରଭାବ କମ ହୁଏ, ତେବେ ଏହା ଅନେକଙ୍କ ଭବିଷ୍ୟତ ପାଇଁ ମଧ୍ୟ ସେତିକି କ୍ଷତି ଘଟାଇପାରେ, ବିଶେଷକରି ଦୁର୍ବଳ ବିଭାଗର ବାଳିକାମାନଙ୍କର ଉପରେ । 'ମୋବାଇଲ୍ ଶାଲା' ଏହା ଅନଲାଇନ ମାଧ୍ୟମରେ ଇଂରାଜୀ, ବିଜ୍ଞାନ ଶିକ୍ଷା ପରି ପ୍ରମୁଖ ବିଷୟ ଉପରେ ମାଗଣା ପାଠ୍ୟକ୍ରମ ପ୍ରଦାନ କରିଥାଏ ।

ତେଣୁ ବାଳିକାମାନେ ଘରେ ରହି ମଧ୍ୟ ପାଠ ପଢିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details