ମୁମ୍ବାଇ: ବଲିଉଡର ଦୁଇଜଣ ଶ୍ରେଷ୍ଠ କଳାକାର ଭୁମି ପେଡନେକର ଏବଂ ରାଜକୁମାର ରାଓଙ୍କୁ "ବଧାଇ ହୋ"ର ସିକ୍ବେଲରେ ରଖାଯାଇଛି ।
ବଧାଇ ହୋ ସିକ୍ବେଲରେ ରାଜକୁମାର ରାଓ - ବାଦାଇ ହୋ
ଭୁମି ପେଡନେକର ଏବଂ ରାଜକୁମାର ରାଓଙ୍କୁ 2018 ବ୍ଲକବାଷ୍ଟର "ବଧାଇ ହୋ"ର ସିକ୍ବେଲରେ ରଖାଯାଇଛି । ଏହି ଚଳଚ୍ଚିତ୍ରର ସୁଟିଂ ଜୁନ୍ ଠାରୁ ଆରମ୍ଭ ହେବାର ସମ୍ଭାବନା ରହିଛି ଏବଂ ନିର୍ମାତା ଆସନ୍ତା ବର୍ଷ ଏହାକୁ ରିଲିଜ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଭୁମି ପେଡନେକର, ବାଦାଇ ହୋ ସିକଓ୍ବେଲରେ ରାଜକୁମାର ରାଓ
ଖବର ଅନୁଯାୟୀ, ଏହି ଫିଲ୍ମରେ ଭୁମି ଜଣେ ପିଟି ଶିକ୍ଷକ ଓ ରାଜକୁମାର ଏକ ମହିଳା ପୋଲିସ ଷ୍ଟେସନରେ ପୋଲିସ ଭୂମିକାରେ ଅଭିନୟ କରିବେ। ଫିଲ୍ମରେ ଭୁମିଙ୍କ ଚରିତ୍ର ଜଣେ ଶକ୍ତିଶାଳୀ ଏବଂ ସ୍ବାଧୀନ ମହିଳା ଭାବେ ନଜର ଆସିବ ।
ରାଜକୁମାରଙ୍କ ସହ ସ୍କ୍ରିନ୍ ସେୟାରକୁ ନେଇ ବେଶ ଉତ୍ସାହିତ ଥିବା କୁହନ୍ତି ଭୁମି । ଜଙ୍ଗଲ ପିକ୍ଚର୍ସଙ୍କ ଦ୍ବାରା ନିର୍ମିତ ଏହି ଚଳଚ୍ଚିତ୍ରଟି ହର୍ଷବର୍ଦ୍ଧନ କୁଲକର୍ଣ୍ଣି ଲେଖିଥିଲେ । ଜୁନରୁ ଫିଲ୍ମର ସୁଟିଂ ଆରମ୍ଭ ହେବାର ସମ୍ଭାବନା ରହିଛି । ଆସନ୍ତା ବର୍ଷ ରିଲିଜ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି ନିର୍ମାତା।