ଓଡିଶା

odisha

ETV Bharat / sitara

ରାମୋଜୀରେ ହେବ ଗୁଜୁରାଟ ସହର !

ଇତିହାସର ଏକ ସତ୍ୟ ଘଟଣାକୁ ନେଇ ପ୍ରସ୍ତୁତ ହେବ ଫିଲ୍ମ । ଫିଲ୍ମରେ ସତେଜ ହେବ 1971ର ଗୁଜୁରାଟ ସହର । ରାମୋଜୀ ଫିଲ୍ମସିଟିରେ ତିଆରି ହେଉଛି ନକଲି ଗୁଜୁରାଟ ସହର ।

ଡିଜାଇନ ଫଟୋ

By

Published : Jun 13, 2019, 11:57 AM IST

ହାଇଦ୍ରାବାଦ: ଭାରତ ଇତିହାସର ଆକର୍ଷଣୀୟ ଅଧ୍ୟାୟମାନଙ୍କ ମଧ୍ୟରୁ ଗୋଟିଏ ହେଲା ମାଧପର ଗାଁର 300 ମହିଳା ମିଶି ଭୁଜର ମୁଖ୍ୟରାସ୍ତା ତିଆରି କରିବା । ଏହି ସତ୍ୟ ଘଟଣାକୁ ନେଇ ତିଆରି ହେବ ଫିଲ୍ମ ‘ଭୁଜ: ଦି ପ୍ରାଇଡ ଅଫ ଇଣ୍ଡିଆ’।

ତେବେ 1971ର ସେହି ଦୃଶ୍ୟକୁ ରିକ୍ରିଏଟ କରିବା ପାଇଁ ଗୁଜୁରାଟର ଭୁଜ ସହରକୁ ରାମୋଜୀ ସିଟିରେ ପୁଣି ତିଆରି କରାଯିବ । ଦୀର୍ଘ ମାସେ ହେବ ଏହାର କାମ ଚାଲିଛି । ତେବେ ଏହାର ଗୋଟେ ବି ଦୃଶ୍ୟ ଯେପରି ଭାଇରାଲ ନହେବ ସେଥିପାଇଁ ଖାସ ବନ୍ଦୋବସ୍ତ କରାଯାଇଛି ।

ପ୍ରକାଶଥାଉକି, 1971 ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭୁଜର ରାସ୍ତା ସମ୍ପୂର୍ଣ୍ଣ ଧ୍ବସଂ ହୋଇଯାଇଥିଲା । ଏହାପରେ ପ୍ରାୟ 300 ମହିଳା ସାମିଲ ହୋଇ ରାସ୍ତାକାମ କରିଥିଲେ ଓ ଏହାର ନେତୃତ୍ୟ ନେଇଥିଲେ ସୁନ୍ଦରବେନ ଜେଠା। ତେବେ ଫିଲ୍ମରେ ସୁନ୍ଦରବେନଙ୍କ ଚରିତ୍ରରେ ନଜର ଆସିବେ ସୋନାକ୍ଷୀ ସିହ୍ନା । ଏହାସହ ଫିଲ୍ମରେ ସଞ୍ଜୟ ଦତ୍ତ, ଅଜୟ ଦେବଗନ, ରାଣା ଡୁଗୁବତି ନଜର ଆସିବେ ।

ABOUT THE AUTHOR

...view details