ଓଡିଶା

odisha

By

Published : Dec 3, 2020, 11:02 AM IST

ETV Bharat / sitara

ଭୋପାଳ ଗ୍ୟାସ ଟ୍ରାଜେଡିକୁ 36 ବର୍ଷ, ଫିଲ୍ମରେ କାଳରାତିର କାହାଣୀ

ବଲିଉଡ ଫିଲ୍ମ ହେଉ କିମ୍ବା ଡକ୍ୟୁମେଣ୍ଟାରୀ ସବୁଥରେ ନିର୍ମାତା ବାସ୍ତବ କାହାଣୀକୁ ପର୍ଯ୍ୟବେଶିତ କରିବାକୁ ଭଲ ପାଆନ୍ତି । ଏମିତି ଚାରୋଟି ଫିଲ୍ମରେ ଭୋପାଳ ଗ୍ୟାସ୍ ଟ୍ରାଜେଡି କାହାଣୀ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: 1984ରେ ଡିସେମ୍ବର 2 ମଧ୍ୟରାତ୍ରରେ ଯେତେବେଳେ ଲୋକମାନେ ଆରାମରେ ଶୋଇଥିଲେ, ଏକ ବିଷାକ୍ତ ଗ୍ୟାସ୍ ମିଥାଇଲ୍ ଆଇସୋକିଆନେଟ୍ ୟୁନାଇଟେଡ୍ କାର୍ବାଇଡ୍ ଇଣ୍ଡିଆ ଲିମିଟେଡ୍ (UCIL) କୀଟନାଶକ ପ୍ଲାଣ୍ଟ ନମ୍ବର ସିରୁ ବାହାରିଲା ଯାହା ମାରାତ୍ମକ ବିପର୍ଯ୍ୟୟ ସାବ୍ୟସ୍ତ ହେଲା । ଖବର ଅନୁଯାୟୀ, ପ୍ରଥମ ଦୁଇ ଘଣ୍ଟା ମଧ୍ୟରେ କାରଖାନାରୁ ଆନୁମାନିକ 40 ଟନ୍ ଏମଆଇସି ଲିକ୍ ହୋଇଥିଲା ଏବଂ ଶୀତଦିନିଆ ପବନ ଦ୍ବାରା କାରଖାନା ପରିସରରୁ ସହରକୁ ବ୍ୟାପି ଯାଇଥିଲା । ତେବେ 36 ବର୍ଷ ପୂରଣ ଅବସରରେ ନଜର ପକାଇବା ଏହି ଲୋମହର୍ଷଣକାରୀ ଘଟଣାରେ ନିର୍ମାଣ ହୋଇଥିବା ଫିଲ୍ମ ଉପରେ ।

ଭୋପାଲ ଏକ୍ସପ୍ରେସ(1999)

‘ଭୋପାଳ ଏକ୍ସପ୍ରେସ’ ହେଉଛି ଏକ ଏମିତି ଏକ ଫିଲ୍ମ । ଯେଉଁଥିରେ ନବ ବିବାହିତ ଦମ୍ପତିଙ୍କ ଦୃଷ୍ଟିକୋଣରୁ ଭୟଙ୍କର ରାତି ଚିତ୍ରିତ ହୋଇଛି । ଏହି ଫିଲ୍ମରେ ସ୍ବାମୀ UCILରେ କାମ କରନ୍ତି ଏବଂ ଭୋପାଳ ସହରକୁ ଏହି ଦୁଃଖଦ ଘଟଣା କିପରି ପ୍ରଭାବିତ କରିଥିଲା ​​ତାହା ଦର୍ଶାଇଛନ୍ତି । ଫିଲ୍ମ କାରଖାନା ଅଧିକାରୀଙ୍କ ନିଷ୍ଠୁର ଅବହେଳାକୁ ମଧ୍ୟ ଦର୍ଶାଇଛି, ଯେଉଁମାନେ କେବଳ ସୁରକ୍ଷା ଆଲାର୍ମକୁ ଅକ୍ଷମ କରିନାହାଁନ୍ତି ବରଂ ଲିକ୍ ହୋଇଥିବା ଗ୍ୟାସ୍ ବିଷାକ୍ତ ବୋଲି ମଧ୍ୟ ଖଣ୍ଡନ କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର

ୱାନ ନାଇଟ୍ ଇନ ଭୋପାଲ (2004)

ଏହି ଫିଲ୍ମଟି ଏକ ଡକ୍ୟୁମେଣ୍ଟାରୀ ଯାହା ଦୁଃଖଦ ରାତିର ବଞ୍ଚିଥିବା ବ୍ୟକ୍ତିଙ୍କ ଅଭିଜ୍ଞତାକୁ ଦର୍ଶାଇଛି । କାରଖାନା ଏବଂ ସେମାନଙ୍କୁ ପ୍ରଦାନ କରୁଥିବା ଚାକିରୀକୁ ନେଇ ଲୋକେ କିପରି ଭରସା କରିଥିଲେ ତାହା ଏହି ଫିଲ୍ମରେ ଦର୍ଶାଯାଇଛି । ସେହିପରି ଫିଲ୍ମରେ ବିପର୍ଯ୍ୟୟର ରାତି, ଏହାର ପରବର୍ତ୍ତୀ ଘଟଣା ଏବଂ ଭୋପାଳର ଆଗାମୀ ବର୍ଷ ପାଇଁ ଏହାର ସ୍ଥାୟୀ ପ୍ରଭାବ ବର୍ଣ୍ଣନା କରାଯାଇଛି ।

ଫଟୋ ସୌଜନ୍ୟ: ଟ୍ବିଟର

ଭୋପାଲି(2011)

ଭାନ ମ୍ୟାକ୍ସିମିଲିଆନ୍ କାର୍ଲସନ୍ଙ୍କ ଦ୍ବାରା ପରିଚାଳିତ ‘ଭୋପାଳି’, ଭୟଙ୍କର ରାତି ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରୀ । ଏହି ଫିଲ୍ମରେ, ବଞ୍ଚିଥିବା ବ୍ୟକ୍ତିମାନେ ସେମାନଙ୍କ ଦୁଃଖ ବିଷୟରେ କହୁଛନ୍ତି । କର୍ତ୍ତୃପକ୍ଷ ଏବଂ ୟୁନିଅନ୍ କାର୍ବାଇଡ୍ କର୍ପୋରେସନ୍ ସେମାନଙ୍କୁ ବିଫଳ କରିବାରେ ଲାଗିଥିବାରୁ ଏହି ଫିଲ୍ମରେ ନ୍ୟାୟ ପାଇଁ ସେମାନଙ୍କର ସଂଗ୍ରାମ ପ୍ରଦର୍ଶନ କରାଯାଇଥିଲା ।

ଫଟୋ ସୌଜନ୍ୟ: ଟ୍ବିଟର

ଭୋପାଲ: ଏ ପ୍ରେୟାର ଫର୍ ରେନ୍(2014)

ଏହି ଫିଲ୍ମ ଘଟଣାକୁ କ୍ୟାପଚର କରିଛି ଯାହା ଗ୍ୟାସ୍ ଲିକ୍‌ର ଦୁଃଖଦ ରାତିକୁ ନେଇ ପର୍ଯ୍ୟବେଶିତ । ରବି କୁମାରଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ଅବହେଳା ଏବଂ ସୁରକ୍ଷା ବ୍ୟବସ୍ଥାର ଅଭାବକୁ ଦର୍ଶାଇଥିଲା । ଫିଲ୍ମର ଟାଇଟେଲ ‘ଏ ପ୍ରେୟାର ଫର୍ ରେନ୍‌' ଦୁଇଟି ଅର୍ଥକୁ ବୁଝାଉଛି । ପ୍ରଥମେ ପ୍ଲାଣ୍ଟ ଶ୍ରମିକଙ୍କ ପ୍ରାର୍ଥନା ଯେ ବର୍ଷା ହେଉ, ଯାହା ଦ୍ବାରା ମରୁଡ଼ି ଶେଷ ହେବ ଏବଂ କୃଷକମାନେ କୀଟନାଶକ କିଣିବେ । ଆଉ ଦ୍ବିତୀୟରେ ରାସାୟନିକ ପଦାର୍ଥରୁ ମୁକ୍ତି ପାଇବା ପାଇଁ ଚେଷ୍ଟା କରୁଥିବା ପୀଡିତଙ୍କ ପ୍ରାର୍ଥନା ଉପରେ ଆଲୋକପାତ କରିଛି ଫିଲ୍ମ ।

ଫଟୋ ସୌଜନ୍ୟ: ଟ୍ବିଟର

ABOUT THE AUTHOR

...view details