ଓଡିଶା

odisha

ସାମ୍ନାକୁ ଆସିଲା 'ଭୂତ ପୋଲିସ୍'ର ରିଲିଜ୍ ଡେଟ, ଜାଣନ୍ତୁ କେବେ...

ହରର କମେଡି ଫିଲ୍ମ 'ଭୂତ ପୋଲିସ୍' ସେପ୍ଟେମ୍ବର 10ରେ ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି । ଅଧିକ ପଢନ୍ତୁ...

By

Published : Feb 23, 2021, 5:00 PM IST

Published : Feb 23, 2021, 5:00 PM IST

bhoot-police-to-hit-theatres-on-september-10
ସାମ୍ନାକୁ ଆସିଲା 'ଭୂତ ପୋଲିସ୍'ର ରିଲିଜ୍ ଡେଟ, ଜାଣନ୍ତୁ କେବେ...

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲି ଖାନ ଏବଂ ଅଭିନେତ୍ରୀ ୟାମି ଗୌତମଙ୍କ ଫିଲ୍ମ 'ଭୂତ ପୋଲିସ୍' ଦେଖିବାକୁ ଦୀର୍ଘ ସମୟରୁ ଅପେକ୍ଷା କରିଛନ୍ତି ଦର୍ଶକ । ଏବେ ଫିଲ୍ମକୁ ନେଇ ଗୁଡନ୍ୟୁଜ ସାମ୍ନାକୁ ଆସିଛି । ଯାହାକୁ ଶୁଣି ଖୁସି ହୋଇଯିବେ ଦର୍ଶକ ।

ହରର କମେଡି ଫିଲ୍ମ 'ଭୂତ ପୋଲିସ୍' ସେପ୍ଟେମ୍ବର 10 ରେ ବଡ ପରଦାରେ ରିଲିଜ ହେବାକୁ ଯାଉଛି ।

ଏହି ଚଳଚ୍ଚିତ୍ରରେ ଅଭିନେତା ସୈଫ ଅଲି ଖାନ, ୟାମିଙ୍କ ବ୍ୟତୀତ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ଅର୍ଜୁନ କପୁର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶ ଟ୍ବିଟ୍ କରି କହିଛନ୍ତି, 'ସୈଫ ଏବଂ ଅର୍ଜୁନ କପୁରଙ୍କ ଫିଲ୍ମ 'ଭୂତ ପୋଲିସ୍' ସେପ୍ଟେମ୍ବର 10 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପୱନ କିର୍ପାଲାନି । ୟାମି ଏବଂ ଜ୍ୟାକଲିନ୍ ମଧ୍ୟ ଏଥିରେ ଅଛନ୍ତି ।

ପ୍ରକାଶ ଥାଉ ଯେ, ଏହି ଫିଲ୍ମର ସୁଟିଂ ଗତ ନଭେମ୍ବରରେ ଆରମ୍ଭ ହୋଇ ଫେବୃଆରୀ 5 ସୁଦ୍ଧା ଶେଷ ହୋଇଯାଇଥିଲା । ଏହି ଚଳଚ୍ଚିତ୍ର ହିମାଚଳ ପ୍ରଦେଶ, ମୁମ୍ବାଇ ଏବଂ ରାଜସ୍ଥାନର ଜୈସଲମେରରେ ସୁଟିଂ କରାଯାଇଛି ।

For All Latest Updates

ABOUT THE AUTHOR

...view details