ହାଇଦ୍ରାବାଦ:କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ 'ଭୁଲ୍ ଭୁଲେୟା 2' ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ମାର୍ଚ୍ଚ 25 ରେ ରିଲିଜ ହେବାର ଥିଲା, କିନ୍ତୁ କିଛି ଦିନ ହେବ ଏହି ଫିଲ୍ମ ବିଷୟରେ ଖବର ଆସୁଥିଲା ଯେ ରିଲିଜ୍ ତାରିଖ ସ୍ଥଗିତ ରଖାଯିବ। ବର୍ତ୍ତମାନ ଫିଲ୍ମ ନିର୍ମାତାଙ୍କ ରିଲିଜ ତାରିଖ ଘୋଷଣାକୁ ନେଇ ଦର୍ଶକ ଖୁସି ହୋଇଯାଇଛନ୍ତି।
ସାଉଥ ସିନେମାର ଜଣାଶୁଣା ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲି (SS Rajamuli) ତାଙ୍କ ଆଗାମୀ ଚଳଚ୍ଚିତ୍ର ଟ୍ରିପଲ୍ ଆର (ଆରଆରଆର) ର ରିଲିଜ୍ ତାରିଖ ଘୋଷଣା କରିବାବେଳେ ଜୁନିୟର ଏନଟିଆର, ରାମ ଚରଣ ଏବଂ ଅଜୟ ଦେବଗନ ମାର୍ଚ୍ଚ 25 ରେ ପ୍ରେକ୍ଷାଳୟରେ ହିଟ୍ କରିବେ ବୋଲି କହିଥିଲେ। ଟ୍ରିପଲ୍ ଆର (RRR)ହେଉଛି ଭାରତୀୟ ସିନେମାର ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର, ଯାହାକୁ ଦର୍ଶକମାନେ ବହୁ ସମୟ ଧରି ଅପେକ୍ଷା କରିଛନ୍ତି ।
ତେବେ ବର୍ତ୍ତମାନ ଟି-ସିରିଜ ନିଜର ଚଳଚ୍ଚିତ୍ର ଆଗକୁ ବଢାଇବାକୁ ନିଷ୍ପତ୍ତି ନେଇଛି। 'ଭୁଲ୍ ଭୁଲେୟା 2' ର ନିର୍ମାତାମାନେ ମେ 20 ରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନିର୍ମାତାମାନେ କିଛି ସମୟ ପୂର୍ବରୁ 'ଭୁଲ୍ ଭୁଲେୟା 2' ର ନୂଆ ପୋଷ୍ଟର ରିଲିଜ କରୁଥିବାବେଳେ ନିର୍ମାତାମାନେ ଫିଲ୍ମର ନୂଆ ରିଲିଜ ତାରିଖ ଘୋଷଣା କରିଛନ୍ତି ।