ମୁମ୍ବାଇ: ନିକଟରେ ଭୋଜପୁରୀ ସୁପରଷ୍ଟାର ଦିନେଶ ଲାଲ ଯାଦବ ନିରହୁଆଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ସେ କୋରୋନା ସଂକ୍ରମିତ ହେବା ପରେ ନିଜକୁ ହୋମ କ୍ବାରେଣ୍ଟାଇନରେ ରଖିଥିଲେ । ହେଲେ ଇତିମଧ୍ୟରେ ତାଙ୍କୁ ନେଇ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଅସୁସ୍ଥହେବାରୁ ତାଙ୍କୁ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ମେଡିକାଲ ଇନଷ୍ଟିଟ୍ୟୁଟରେ ଭର୍ତ୍ତି କରାଯାଇଛି । ଯେଉଁଠାରେ କଡା ସୁରକ୍ଷା ସହ ତାଙ୍କର ଚିକିତ୍ସା କରୁଛନ୍ତି ଡାକ୍ତର ।
ସୂଚନା ଅନୁଯାୟୀ କୋରୋନା ସଂକ୍ରମିତ ହେବା ପୂର୍ବରୁ ସେ ଲକ୍ଷ୍ନୌରେ ଥିଲେ । ଆଉ ଏକ ଆୱାର୍ଡ ଫଙ୍କସନରେ ଯୋଗ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ଏହାବ୍ୟତୀତ ବାନ୍ଦାରେ ତାଙ୍କର ଆଗାମୀ ଫିଲ୍ମର ସୁଟିଂ ମଧ୍ୟ ଚାଲିଥିଲା ।