ମୁମ୍ବାଇ: ଭୋଜପୁରୀ ସୁପରଷ୍ଟାର ପବନ ସିଂ ହିନ୍ଦୀ ମ୍ୟୁଜିକରେ ଡେବ୍ୟୁ କରିଛନ୍ତି। ଭୋଜପୁରୀ ଗୀତ ବ୍ୟତୀତ ସେ ଏବେ ହିନ୍ଦୀ ସଙ୍ଗୀତ ଦୁନିଆରେ ପଦାର୍ପଣ କରିଛନ୍ତି । ତାଙ୍କ ପ୍ରଥମ ହିନ୍ଦୀ ଗୀତ ‘କମରିୟା ହିଲା ରହି ହେ’ ରିଲିଜ ହୋଇଯାଇଛି। ଏହି ମ୍ୟୁଜିକ ଭିଡିଓରେ ପବନଙ୍କ ସହ ରୋମାନ୍ସ କରୁଥିବାର ନଜର ଆସୁଥନ୍ତି ଲରେନ ଗୋଟଲିବ। ଗୀତରେ ଦୁଇଜଣଙ୍କ କେମେଷ୍ଟ୍ରି ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛି। ଗୀତରେ ଆପଣଙ୍କୁ ଲରେନଙ୍କ ଷ୍ଟିମି ଡାନ୍ସ ମଧ୍ୟ ଦେଖିବାକୁ ମିଳିବ। ହୋଲି ଥିମରେ ନିର୍ମାଣ ହୋଇଥିବା ଏହି ସଙ୍ଗରେ ଏବର୍ଷ ହୋଲିରେ ସମସ୍ତେ ଠୁମକା ଲଗାଇବେ।
ରିଲିଜ ହେଲା ପବନଙ୍କ ପ୍ରଥମ ହିନ୍ଦୀ ଗୀତ ‘କମରିୟା ହିଲା ରହି ହେ’ - ପବନ ସିଂ ହିନ୍ଦୀ ମ୍ୟୁଜିକରେ ଡେବ୍ୟୁ
ଭୋଜପୁରୀ ପରେ ଏବେ ହିନ୍ଦୀ ମ୍ୟୁଜିକ ଦୁନିଆରେ ଭୋଜପୁରୀ ଲୋକପ୍ରିୟ ଅଭିନେତା, ଗାୟକ ପବନ ସିଂଙ୍କ ଡେବ୍ୟୁ। ରିଲିଜ ହେବା ମାତ୍ରେ ସମସ୍ତଙ୍କ ଓଠରେ ଛାଇଲା ‘କମରିୟା ହିଲା ରହି ହେ’ ଗୀତ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପବନ ସିଂ
ବଲିଉଡ ଆକ୍ଟର ଓ ପ୍ରଯୋଜକ ଜ୍ୟାକି ଭଗନାନୀଙ୍କ ମ୍ୟୁଜିକ ଲେବଲ ଜେଜଷ୍ଟ ମ୍ୟୁଜିକ ଜରିଆରେ ପବନ ନିଜ ହିନ୍ଦୀ ଡେବ୍ୟୁ କରିଛନ୍ତି। ଗୀତଟିକୁ ପବନଙ୍କ ସହ ପାୟଲ ଦେବ ମିଶି ଗାଇଛନ୍ତି। ସେହିପରି ଗୀତର ମ୍ୟୁଜିକ ମଧ୍ୟ ପାୟଲ ଦେବ କମ୍ପୋଜ କରିଛନ୍ତି। ରିଲିଜ ହେବା ମାତ୍ରେ ଏହି ଗୀତଟି ହିଟ୍ ହୋଇଯାଇଛି।
ରିଲିଜର ମାତ୍ର 6 ଘଣ୍ଟା ମଧ୍ୟରେ ଏହି ଭିଡିଓକୁ 40 ଲଭରୁ ଅଧିକଥର ଦେଖାସରିଲାଣି। ଖାଲି ଏତିକି ନୁହେଁ ଗୀତଟି ୟୁଟ୍ୟୁବରେ ରିଲିଜର ପ୍ରଥମ ଦିନରେ ଟପରେ ଟ୍ରେଣ୍ଡ କରୁଛି । ପ୍ରକାଶ ଥାଉକି ପବନ ସିଂଙ୍କ ଭୋଜପୁରୀ ଗୀତ ‘ଲଲିପପ ଲାଗେଲୁ’ ୱାର୍ଲ୍ଡୱାଇଡ ହିଟ୍ ସାବ୍ୟସ୍ତ ହୋଇଥିଲା ।